କୋହଲିଙ୍କ ଅପେକ୍ଷାରେ ଆଉ ଏକ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

କୋହଲିଙ୍କ ଅପେକ୍ଷାରେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ: ରାଞ୍ଚିରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଉ ଏକ ରେକର୍ଡ ଅପେକ୍ଷା କରିଛି। ତୃତୀୟ ମ୍ୟାଚରେ କୋହଲି ଯଦି ୨୭ ରନ୍ କରନ୍ତି, ତାହେଲେ ଚତୁର୍ଥ ଭାରତୀୟ ଅଧିନାୟକ ଭାବେ ସେ ଦିନିକିଆରେ ୪ହଜାର ରନ୍ ପୂରଣ କରିନେବେ।

କୋହଲିଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ଆଝାରୁଦ୍ଦିନ ଓ ସୌରଭ ଗାଙ୍ଗୁଲି ଏହି ରେକର୍ଡ କରିସାରିଛନ୍ତି। ଅଧିନାୟକ ଭାବେ ଧୋନିଙ୍କ ନାମରେ ସର୍ବାଧିକ ୬୬୪୧ ରନ୍ ଥିବା ବେଳେ ଆଝାରୁଦ୍ଦିନ ୫୨୩୯ ରନ୍ କରି ଦ୍ୱିତୀୟ ଏବଂ ଗାଙ୍ଗୁଲି ୫୧୦୪ ରନ୍ କରି ତୃତୀୟ ସ୍ଥାନରେ ଅଛନ୍ତି।

କିନ୍ତୁ ଆଭରେଜ୍ ମାମଲାରେ କୋହଲି ଏ ସମସ୍ତଙ୍କଠାରୁ ବହୁ ଆଗରେ ଅଛନ୍ତି। ଅଧିନାୟକ ଭାବେ କୋହଲିଙ୍କ ଆଭରେଜ ୮୨.୭୭ ରହିଥିବା ବେଳେ ଜଣେ ଖେଳାଳି ଭାବେ ତାଙ୍କ ବ୍ୟାଟିଂ ଆଭରେଜ ୫୧.୨୯ ରହିଛି।



from Odisha Reporter https://ift.tt/2H4u1Na

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages