ଅଳ୍ପକେ ବଞ୍ଚିଗଲେ ବିକାଶ, ଗୋଡ଼ରେ ବାଜିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଅଳ୍ପକେ ବଞ୍ଚିଗଲେ ବିକାଶ, ଗୋଡ଼ରେ ବାଜିଲା ଗୁଳି

bikash1

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଗୁଳି ମାଡ଼ରେ ବିକାଶ ନାୟକ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ଘର ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ପୁରୁନପାଣିରେ।

ଆଜି ସକାଳେ ବିକାଶ ଘର ପାଖରେ କୌଣସି କାମ କରୁଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଗୁଳି ଆସି ତାଙ୍କ ଗୋଡ଼ରେ ବାଜିଥିଲା। ଗୁଳି ତାଙ୍କ ଡାହାଣ ଗୋଡ଼ରେ ବାଜି ଚାଲିଯାଇଥିଲା ଓ ବାମ ଗୋଡ଼ରେ ପଶି ଯାଇଥିଲା।

ବିକାଶଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏନେଇ ପୁଲିସ୍ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ଯେ କେହି ପକ୍ଷୀ ଅବା ପଣୁ ଶିକାର ପାଇଁ ଗୁଳି ଚଳାଇଥିଲେ। ତେବେ ତାହା ବିକାଶଙ୍କ ଦେହରେ ଆସି ବାଜିଲା।



from Odisha Reporter https://ift.tt/2HN9cW2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages