
ମୁମ୍ବାଇ: ମୁମ୍ବାଇ ଭଳି ବଡ଼ ସହରରେ ଯେଉଁଠି ଲୋକମାନଙ୍କୁ ରହିବା ପାଇଁ ମୁଣ୍ଡ ଉପରେ ଛାତ ମଧ୍ୟ ମିଳେନାହିଁ, ସେଠି ଜଣେ ଲୋକ ଲଟେରୀରେ ଜିତିଥିବା ୫.୮ କୋଟି ମୂଲ୍ୟର ଏକ ଫ୍ଲାଟ୍ ଫେରାଇ ଦେଇଛନ୍ତି। ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ସତ। ଏଠାରେ ଆପଣ ଭାବୁଥିବେ ଯେ, କ’ଣ ପାଇଁ ସେହି ଲୋକ ଏତେ ଟଙ୍କାର ଫ୍ଲାଟ୍କୁ ଫେରାଇ ଦେଇଛନ୍ତି। ତେବେ ଏହାର କାରଣ ଆମେ କହୁଛୁ।
ମହାରାଷ୍ଟ୍ରର ଶିବ ସେନାର କାର୍ଯ୍ୟକର୍ତ୍ତା ବିନୋଦ ଶିର୍କେ ନାମକ ବ୍ୟକ୍ତି ଗତ ଡିସେମ୍ବରରେ ମହାରାଷ୍ଟ୍ରର ହାଉସିଂ ଏରିଆ ଡେଭ୍ଲପ୍ମେଣ୍ଟ ଅଥରିଟିର ଲଟେରୀ ଜରିଆରେ ଦୁଇଟି ଫ୍ଲାଟ୍ ଜିତିଥିଲେ । ସେଥିରୁ ଗୋଟେ ଫ୍ଲାଟ୍ର ଦାମ୍ ୪.୯୯ କୋଟି ଏବଂ ଆଉ ଗୋଟେ ଫ୍ଲାଟ୍ର ଦାମ୍ ୫.୦୮ କୋଟି ଟଙ୍କା ଥିଲା।
ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ମହାରାଷ୍ଟ୍ର ହାଉସିଂ ଏରିଆ ଡେଭ୍ଲପ୍ମେଣ୍ଡ ଅଥରିଟି ଏବେ ଯାଏଁ ସବୁଠୁ ଦାମିକା ଫ୍ଲାଟ୍ ୫.୦୮ କୋଟିରେ ବିକ୍ରି କରିଥିଲେ। ଯାହାକୁ ବିନୋଦ ଫେରାଇ ଦେଇଛନ୍ତି।
ମୁମ୍ବାଇ ଭଳି ସହରରେ ଏତେ ଟଙ୍କାର ଫ୍ଲାଟ୍କୁ ଫେରାଇବା ପଛରେ ଥିବା କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିନୋଦ ଶିର୍କେ ଏଥିପାଇଁ ସେହି ଫ୍ଲାଟ୍କୁ ଫେରାଇ ଦେଲେ ଯେ, ତାହା ବାସ୍ତୁ ହିସାବରେ ଠିକ୍ ନଥିଲା।
ସେ ବାସ୍ତୁ ବିଶେଷଜ୍ଞଙ୍କ ଉପଦେଶ ଅନୁସାରେ ସେହି ଫ୍ଲାଟ୍କୁ ଫେରାଇ ଦେଇଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍ଆଇ ସହ କଥା ହେଲା ବେଳେ ସେ କହିଥିଲେ ଯେ, ଗୋଟେ ବିଲ୍ଡିରେ ସେ ଦୁଇଟି ଫ୍ଲାଟ୍ ଜିତିଥିଲେ। କିନ୍ତୁ ବାସ୍ତୁ ବିଶେଷଜ୍ଞଙ୍କ ଉପଦେଶକୁ ଗ୍ରହଣ କରି ସେ ୫.୦୮ କୋଟିର ସବୁଠୁ ଦାମିକିଆ ଫ୍ଲାଟ୍ ଫେରାଇ ଦେଇଛନ୍ତି।
ସେ କହିଛନ୍ତି ଯେ, “ମୋର ବାସ୍ତୁ ଉପଦେଷ୍ଟାମାନେ ମୋ ରାଜନୈତିକ ଏବଂ ସାମାଜିକ ଜୀବନରେ ଏକ ଭଲ କ୍ୟାରିୟର୍ କରିବା ପାଇଁ ସେହି ଫ୍ଲାଟ୍ରେ କିଛି ଅନିବାର୍ଯ୍ୟ ପରିବର୍ତ୍ତନ କରିବା ପାଇଁ ଉପଦେଶ ଦେଇଛନ୍ତି”।
ଏଠାରେ ଆମେ ଆପଣଙ୍କୁ କହିବାକୁ ଚାହଁଛୁ ଯେ, ମହାରାଷ୍ଟ୍ର ହାଉସିଂ ଏରିଆ ଅଥରିଟିର ଜଣେ ଅଧିକାରୀ ଏଏନ୍ଆଇକୁ କହିଛନ୍ତି ଯେ, ବିନୋଦ ନିଜ ନିଷ୍ପତ୍ତି ସମ୍ପର୍କରେ ହାଉସିଂ ଏରିଆ ଅଥରିଟିଙ୍କୁ ସୂଚିତ କରିଦେଇଛନ୍ତି। ଏବେ ପୂର୍ବରୁ ଲଟେରୀ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଏହି ଫ୍ଲାଟ୍ ଅଫର୍ କରାଯିବ ବୋଲି କୁହାଯାଇଛି ।
from Odisha Reporter https://ift.tt/2FAKHd6
No comments:
Post a Comment