
ଇସଲାମାବାଦ: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମ୍ଲାର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍ ପ୍ରତି ପାକିସ୍ତାନ ସରକାରଙ୍କ ପ୍ରେମ ଆଜି ଧରାପଡ଼ିଛି। ଗୋଟିଏ ପଟେ ହାଫିଜ୍କୁ ଆତଙ୍କବାଦୀ ବୋଲି କହୁଥିବା ପାକ୍ ସରକାର କିନ୍ତୁ ତାକୁ ଅନ୍ୟପଟେ ବିଶ୍ୱ ଆଖିରୁ ତାକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି।
ଜାତିସଂଘର ଏକ ଟିମ୍ ହାଫିଜ୍ର ସାକ୍ଷାତକାର ନେବାକୁ ପାକିସ୍ତାନ ଆସିବାକୁ ଚାହିଁଥିଲା। କିନ୍ତୁ ଆମେରିକାରେ ଅବସ୍ଥାପିତ ପାକିସ୍ତାନ କନସଲଟାଣ୍ଟ ଉକ୍ତ ଟିମ୍କୁ ଭିସା ଦେବାକୁ ମନା କରିଦେଇଛନ୍ତି। ହାଫିଜ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଥିବାରୁ ଏହା ବିରୋଧରେ ସେ ଜାତିସଂଘରେ ଆବେଦନ କରିଥିଲା। ତେବେ ଜାତିସଂଘ ଜଣେ ବ୍ୟକ୍ତିଙ୍କୁ ଆତଙ୍କୀ ତାଲିକାରୁ ବାଦ୍ ଦେବା ପୂର୍ବରୁ ତା’ ସହ ୱାନ ଟୁ ୱାନ୍ ସାକ୍ଷାତକାର କରିଥାଏ।
ହାଫିଜ୍ କ୍ଷେତ୍ରରେ ମଧ୍ୟ ଜାତିସଂଘ ଟିମ୍ ସେହି ନିୟମ ପାଳନ କରିବାକୁ ଚାହିଁଥିଲା। କିନ୍ତୁ ପାକିସ୍ତାନ ଏନେଇ ଜାତିସଂଘ ଟିମ୍କୁ ଅନୁମତି ଦେଇନାହିଁ। ଏହି ନିଷ୍ପତ୍ତି ପରେ ଜାତିସଂଘ ଟିମ୍ ପାକିସ୍ତାନ ଉପରେ ଖପ୍ପା ହୋଇଛି। ହାଫିଜ୍ କାଳେ ପାକିସ୍ତାନର ଅସଲ ଚେହେରା ଖୋଲିଦେବ ସେଥିପାଇଁ ଇମ୍ରାନ୍ ସରକାର ଜାତିସଂଘ ଟିମ୍କୁ ଭିସା ଦେଇ ନଥିବା କୁହାଯାଉଛି।
from Odisha Reporter https://ift.tt/2XFC4Fn
No comments:
Post a Comment