ଏସବିଆଇ ଗ୍ରାହକ ପାଇବେ ଆରବିଆଇର ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଏସବିଆଇ ଗ୍ରାହକ ପାଇବେ ଆରବିଆଇର ସୁବିଧା

ନୂଆଦିଲ୍ଲୀ: ଦେଶର ସର୍ବ ବୃହତ ବ୍ୟାଙ୍କ ଏସବିଆଇ ମେ ୧ରେ ନିଜ ଗ୍ରାହକଙ୍କୁ ଦେବାକୁ ଯାଉଛି ନୂଆ ଉପହାର। ଏସବିଆଇ ସେଭିଂସ ଆକାଉଣ୍ଟ ଏବଂ ହୋମ-ଅଟୋ ଲୋନରେ ଲାଗୁଥିବା ଋଣ ପ୍ରକ୍ରିୟାରେ ପରିବର୍ତ୍ତନ କରି ସିଧା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହ ସଂଯୋଗ କରିବାକୁ ଯାଉଛି। ଏହାଦ୍ବାରା ଆରବିଆଇ ଋଣ ସୁଧ ହାର କମାଇବା ମାତ୍ରେ ଏସବିଆଇ ଗ୍ରାହକ ମାନେ ମଧ୍ୟ ନିୟମ ଅନୁଯାୟୀ ସେବା ପାଇପାରିବେ। ମେ ୧ରୁ ଏସବିଆଇ ଗ୍ରାହକମାନେ ଏହି ସେବା ପାଇବାକୁ ଯାଉଛନ୍ତି।
ଖାଲି ଋଣ ନୁହେଁ ସେଭିଂସ ଆକାଉଣ୍ଟରେ ମଧ୍ୟ ଆରବିଆଇ ଦେଉଥିବା ସୁବିଧା ଉପଲବ୍ଧ ହେବ। କିନ୍ତୁ ଗ୍ରାହକଙ୍କ ଖାତାରେ ୧ ଲକ୍ଷରୁ ଅଧିକ ଟଙ୍କା ରହିବା ଦରକାର ବୋଲି ଜଣାପଡ଼ିଛି। ରିଜର୍ଭ ବ୍ୟାଙ୍କ ମୁଦ୍ରୀସ୍ପୀତି ସମୀକ୍ଷା ବୈଠକରେ ରେପୋ ରେଟ ୦.୨୫ ବେସିକ ପଏଣ୍ଟ କମାଇ ୬.୫୦ରୁ ୬.୨୫ ପ୍ରତିଶତ କରିଛି। ଏସବିଆଇ କମ ଅବଧି ଲୋନ, ଏକ ଲକ୍ଷ ଟଙ୍କାରୁ ଅଧିକ ଜମା, ୧ ଲକ୍ଷରୁ ଅଧିକ କ୍ରେଡ଼ିଟ୍ ଆକାଉଣ୍ଟ ଏବଂ ଓଭରଡ୍ରାଫ୍ଟକୁ ରୋପୋ ରେଟ ସହିତ ଯୋଡ଼ିବା ପାଇଁ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ ଆରବିଆଇ ରେପୋ ରେଟ କମାଇବା ପରେ ମଧ୍ୟ ଗ୍ରାହକମାନେ ଏହି ସୁବିଧା ପାଇପାରୁନଥିଲେ। ଯାହାକୁ ନେଇ ଆରବିଆଇ ବ୍ୟାଙ୍କମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ଏସବିଆଇ ଏହି ସେବା ନିଜ ଗ୍ରାହକଙ୍କୁ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି।


from Odisha Reporter https://ift.tt/2Owgbnv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages