
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଭେଟି। ଗଣ୍ଡୱାନା ଏକ୍ସପ୍ରେସ୍କୁ ସମ୍ବଲପୁର ଯାଏ ସଂପ୍ରସାରଣ କରାଯାଇଛି। ଝାରସୁଗୁଡା ରୋଡ୍ ଦେଇ ସମ୍ବଲପୁର ଆସିବ ଗଣ୍ଡଓ୍ୱାନା ଏକ୍ସପ୍ରେସ୍। ଏନେଇ ଆଜି ଭୁବନେଶ୍ୱରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘୋଷଣା କରିଛନ୍ତି। ପୂର୍ବରୁ ଗଣ୍ଡଓ୍ୱାନା ଏକ୍ସପ୍ରେସ୍ ନିଜାମୁଦ୍ଦିନରୁ ଛତିଶଗଡ଼ର ରାଇଘର ଯାଏ ଆସୁଥିଲା।
ଏହାସହ ଆଉ ଗୋଟିଏ ଟ୍ରେନ୍ ସମ୍ବଲପୁରରୁ ସାଲିମାର ମଧ୍ୟରେ ଭାୟା ତାଳଚେର ଦେଇ ସପ୍ତାହକୁ ୩ ଦିନ ଚାଲିବ।
ଆଉ କିଛି ଏକ୍ସପ୍ରେସ୍ ଟ୍ରେନ୍ର ନୂଆ ଷ୍ଟପେଜ ମଧ୍ୟ ରେଳ ରାଷ୍ଟ୍ରମନ୍ତ୍ରୀ ଘୋଷଣା କରିଛନ୍ତି।
ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଢେଙ୍କାନାଳ ଷ୍ଟେସନରେ, ହାୱଡ଼ା-ସତ୍ୟସାଇ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ୍ ବାଲେଶ୍ୱରରେ, ହଳଦିଆ-ମାଡ୍ରାସ ସୁପରଫାଷ୍ଟ୍ ବାଲେଶ୍ୱରରେ ଏବଂ ପୁରୁଲିଆ-ଭିଲ୍ଲୁପୁରମ୍ ଏକ୍ସପ୍ରେସ୍ ଜଳେଶ୍ୱର ଷ୍ଟେସନରେ ରହିବ।
ସେହିପରି ପୁରୀ-ପାରାଦୀପ ଏକ୍ସପ୍ରେସ୍ କଣାସରେ, ହାୱଡ଼ା-ପୁରୀ ଏକ୍ସପ୍ରେସ୍ ମାର୍କୋଣାରେ, ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ୍ ଧାନମଣ୍ଡଳରେ, କେନ୍ଦୁଝର-ଭୁବନେଶ୍ୱର ଏକ୍ସପ୍ରେସ୍ ଧାନମଣ୍ଡଳରେ ଏବଂ ବଡ଼ବିଲ-ପୁରୀ ଏକ୍ସପ୍ରେସ୍ କଣାସ ଷ୍ଟେସନରେ ରହିବ।
from Odisha Reporter https://ift.tt/2SFUOk3
No comments:
Post a Comment