ପୁଣି କ୍ଷମତାକୁ ଫେରିଲା ବିଜେପି, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ବାଜପେୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ପୁଣି କ୍ଷମତାକୁ ଫେରିଲା ବିଜେପି, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ବାଜପେୟୀ

ନୂଆଦିଲ୍ଲୀ:ଦ୍ୱାଦଶ ଲୋକସଭା ନିର୍ବାଚନରେ ଭାଜପା ସରକାର ଗଠନ କରିଥିଲା ସତ କିନ୍ତୁ ମାତ୍ର ୧୩ମାସ ପରେ ତାହା ଭାଙ୍ଗି ଯାଇଥିଲା। ୨୪ଟି ଦଳକୁ ନେଇ ଗଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)ରେ ବୁଝାମଣା ଅଭାବରୁ  ଜୟଲଳିତାଙ୍କ ନେତୃତ୍ୱାଧୀନ AIADMK  ସମର୍ଥନ ପ୍ରତ୍ୟାହାର କରିନେଲା। ଫଳରେ ସରକାର ବହୁମତ ହରାଇଲା। ୧୯୯୯ ଏପ୍ରିଲ ୧୭ ତାରିଖରେ ବାଜପେୟୀ ଲୋକସଭାରେ ଆସ୍ଥା ଭୋଟ ଦେଇଥିଲା। ଗୋଟିଏ ଭୋଟରେ ଏନଡିଏ ସରକାର ନିଜ ବହୁମତ ହରାଇଥିଲା ଯାହା ଫଳରେ ସରକାର ଭାଙ୍ଗିଗଲା।

ଏଠାରେ କହି ରଖିବୁ, ଜୟଲଳିତା ନିଜର ସମର୍ଥନ ଫେରାଇ ନେବେ ବୋଲି ଏନଡିଏ ସରକାରଙ୍କୁ ବାରମ୍ୱାର ଧମକ ଦେଇଥିଲେ। ମେଣ୍ଟ ଆରମ୍ଭରୁ ଜୟଲଳିତା ବିଭିନ୍ନ ଦାବି ପୂରଣ ନେଇ ଏନଡିଏ ସରକାର ଉପରେ ଚାପ ପକାଉଥିଲେ। ବିଶେଷକରି ସେ ତାମିଲନାଡୁ ସରକାରର ବରଖାସ୍ତ ଦାବି କରୁଥିଲେ। କାରଣ ଜୟଲଳିତା ତିନି ବର୍ଷ ପୂର୍ବରୁ କ୍ଷମତା ହରାଇ ସାରିଥିଲେ। ଅନ୍ୟପକ୍ଷେ ବିଜେପି ଅଭିଯୋଗ କରିଥିଲା ଯେ, ଜୟଲଳିତାଙ୍କ ଉପରେ ଥିବା ଏକ ଭ୍ରଷ୍ଟାଚାର ମାମଲାରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସେ ଦାବି କରିଥିଲେ। ଯାହାକୁ ବିଜେପି  ମନା କରିଦଇଥିଲା। ଏହିପରି ଭାବରେ ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇ ପାରିନଥିଲା। ଶେଷରେ ସରକାର ଭାଙ୍ଗିବା ପାଇଁ ବାଧ୍ୟ ହୋଇଥିଲା।

ବିଜେପି ସରକାର ଆସ୍ଥା ଭୋଟରେ ହାରିବା ପରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପକ୍ଷେ ବାମପନ୍ଥୀ ଏବଂ ଅନ୍ୟ ଆଞ୍ଚଳିକ ଦଳର ସମର୍ଥନ ହାସଲ କରି ସରକାର ଗଠନ କରିବା ସମ୍ଭବ ହୋଇନଥିଲା। ଏହା ପରେ ୨୬ ଏପ୍ରିଲ୍‌ରେ ଭାରତର ତତ୍କାଳୀନ ରାଷ୍ଟ୍ରପତି କେ ଆର୍‌ ନାରାୟଣନ୍‌ ଲୋକସଭାକୁ ଭାଙ୍ଗିଥିଲେ ଏବଂ ତୁରନ୍ତ ନିର୍ବାଚନ କରିବା ପାଇଁ ଆହ୍ୱାନ ଦେଇଥିଲେ। କିନ୍ତୁ ଭାଜପା ଅନ୍ତିମ ମତଦାନ ପର୍ଯ୍ୟନ୍ତ ନିଜର ଶାସନ ଜାରି ରଖିଥିଲା ଏବଂ ଶେଷରେ ନିର୍ବାଚନ ଆୟୋଗ ୪ ମେ’ ରେ ନିର୍ବାଚନ ଘୋଷଣା କରିଥିଲେ।

୧୯୯୬ ଓ ୧୯୯୮ରେ ଏକଦାଶ ଓ ଦ୍ୱାଦଶ ସାଧାରଣ ନିର୍ବାଚନ ହୋଇଥିଲା। ୧୯୯୯ରେ ହୋଇଥିଲା ତ୍ରୟୋଦଶ ସାଧାରଣ ନିର୍ବାଚନ। ନିର୍ବାଚନର ସମୟରେ ଦେଶରେ ହେଉଥିବା ଠକାମି ଓ ହିଂସାକୁ ରୋକିବା ପାଇଁ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।ସମସ୍ତ ଆସନକୁ ମିଶାଇ ୪୫ଟି ଦଳ ୫୪୩ ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିଥିଲେ।
ଏହି ସମୟରେ ବିଜେପି ଓ କଂଗ୍ରେସ ପାକିସ୍ତାନ ସହିତ ସୀମା ବିବାଦ, ଆର୍ଥିକ ଓ ବିଦେଶ ନୀତିକୁ ନିର୍ବାଚନର ପ୍ରସଙ୍ଗ କରିଥିଲେ ଏବଂ ଭାଜପା ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିଲା।
ଏହି ସମୟରେ କଂଗ୍ରେସରେ ଗୋଷ୍ଠୀକନ୍ଦଳ ଦେଖିବାକୁ ମିଳିଥିଲା।

୧୯୯୮ରେ ନବାଗତା ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଦଳର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଦେଇଥିଲା। ଯାହା ପରେ ମହାରାଷ୍ଟ୍ର କଂଗ୍ରେସ ନେତା ଶରଦ ପାୱାର୍‌ ସୋନିଆଙ୍କ ଜନ୍ମ ଆଧାରକୁ ନେଇ ଚେତାବନୀ ଦେଇଥିଲେ । ଏହାକୁ ନେଇ  ବିବାଦ ଉପୁଜିଥିଲା। ଯାହାର ଫାଇଦା ନେଇଥିଲା ଭାଜପା ଏବଂ ନିର୍ବାଚନରେ ଏହାକୁ ପ୍ରସଙ୍ଗ ଭାବରେ ବ୍ୟବହାର କରିଥିଲା। ଏହାବ୍ୟତୀତ କାରଗିଲ୍‌ ଯୁଦ୍ଧର ସଫଳତା ଏବଂ କାଶ୍ମୀରରେ ଭାରତର ମଜବୁତ୍ ସ୍ଥିତି ପାଇଁ ଭୋଟର ବାଜପେୟୀ ସରକାରଙ୍କୁ ଶ୍ରେୟ ଦେଇଥିଲେ। ଯାହାର ଫଳ ତୟୋଦଶ ମତଦାନ ଉପରେ ପଡ଼ିଥିଲା। ଭୋଟର ମଧ୍ୟ ଜାଣିଥିଲେ, ପୂର୍ବ ୨ ବର୍ଷ ମଧ୍ୟରେ ଦେଶରେ ଆର୍ଥିକ ଉଦାରୀକରଣ ନୀତି ଯୋଗୁ ଆର୍ଥକ ଉନ୍ନତି ଘଟିବା ସହ ମୁଦ୍ରାସ୍ପିତି ହାର କମିଥିଲା।

୧୯୯୧, ୧୯୯୬ ଓ ୧୯୯୮ ନିର୍ବାଚନରେ ଭାଜପା ଓ ତାଙ୍କର ସହଯୋଗୀ ଦଳର ଲଗାତାର ବୃଦ୍ଧି ଦେଖିବାକୁ ମିଳିଥିଲା। ଏହାର ପରିଣାମ ସ୍ୱରୂପ ଭାଜପା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଆସାମ  ପରି କଂଗ୍ରେସ ଶାସିତ ରାଜ୍ୟରେ ବିଜେପି ତଥା ଏହାର ମେଣ୍ଟ ଆଞ୍ଚଳିକ ଦଳ ନିଜର ପ୍ରଭାବ ବିସ୍ତାର କରିଥିଲା।

ଶେଷରେ ୬ ଅକ୍ଟୋବରରେ ନିର୍ବାଚନର ଫଳାଫଳ ଆସିଥିଲା । ଏନ୍‌ଡିଏକୁ ୨୯୮ଟି ସିଟ୍‌, କଂଗ୍ରେସ ଏବଂ ତାର ସହଯୋଗୀକୁ ୧୩୬ଟି ସିଟ୍‌ ମିଳିଥିଲା। ସେହିବର୍ଷ ୧୩ ଅକ୍ଟୋବରରେ ଅଟଳ ବିହାରୀ ବାଜପେୟୀ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

 



from Odisha Reporter https://ift.tt/2HQ7wv5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages