ଶାହଙ୍କ ଶୋଭାଯାତ୍ରାରେ ଏନଡିଏର ଶକ୍ତି ପ୍ରଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଶାହଙ୍କ ଶୋଭାଯାତ୍ରାରେ ଏନଡିଏର ଶକ୍ତି ପ୍ରଦର୍ଶନ

ଗାନ୍ଧିନଗର: ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀଙ୍କ ବଦଳରେ ଗୁଜରାଟର ଗାନ୍ଧିନଗର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ନାମାଙ୍କନପତ୍ର ଦାଖଲ କରିବେ। ନାମାଙ୍କନପତ୍ର ଦାଖଲ ପୂର୍ବରୁ ଗାନ୍ଧିନଗରରେ ଶ୍ରୀ ଶାହ ଏକ ସାଧାରଣ ଶୋଭାଯାତ୍ରା କରିଛନ୍ତି। ଏହି ସଭାରେ ଏନ୍‌ଡିଏର ବରିଷ୍ଠ ନେତାମାନେ ଉପସ୍ଥିତ ରହି ବିରୋଧୀଙ୍କୁ ନିଜର ଶକ୍ତିପ୍ରଦର୍ଶନ କରିଛନ୍ତି।

ଗାନ୍ଧିନଗରରେ ଆୟୋଜିତ ରୋଡ୍‌ ଶୋ’ ଓ ସାଧାରଣ ସଭାରେ ବରିଷ୍ଠ ଏନ୍‌ଡିଏ ନେତାମାନେ ବିରୋଧୀ ଦଳଗୁଡ଼ିକ ଉପରେ ଜୋରଦାର ହମଲା କରିଛନ୍ତି। ଏଥିସହ ସେମାନେ ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦେଶବାସୀ ଏକାଠି ହୁଅନ୍ତୁ ବୋଲି ଭୋଟରଙ୍କୁ ନିବେଦନ କରିଛନ୍ତି।  ତେବେ ସଭାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଯୋଗଦାନ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲା। ଶିବସେନା ବିଜେପିକୁ ସର୍ବାଦା ସମାଲୋଚନା କରୁଥିବା ବେଳେ ଶ୍ରୀ ଠାକରେଙ୍କ ଏଭଳି ଯୋଗଦାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।

ଆଜିର ସଭାରେ ଶ୍ରୀ ଠାକରେଙ୍କ ବ୍ୟତୀତ ଶିରୋମଣି ଅକାଳୀ ଦଳର ମୁଖ୍ୟ ପ୍ରକାଶ ସିଂହ ବାଦଲ, ଲୋକ ଜନଶକ୍ତି ପାର୍ଟିର ସଭାପତି ରାମ ବିଲାଶ ପାଶ୍ୱାନ ପ୍ରମୁଖ ଯୋଗଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଅରୁଣ ଜେଟଲୀ ମଧ୍ୟ ଶାହଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଆୟୋଜିତ ରୋଡ୍‌ ଶୋ’ରେ ସାମିଲ ହୋଇଥିଲେ। ଗାନ୍ଧିନଗର ଆସନ ପାଇଁ ୩ୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

ଶ୍ରୀ ଶାହ କହିଛନ୍ତି, “ ମୁଁ ଏଲ୍‌କେ ଆଡଭାନୀଙ୍କ ରାଜନୀତିକ ଆଦର୍ଶକୁ ଆଗକୁ ନେବି। ଆଡଭାନୀଙ୍କ ଭଳି ବ୍ୟକ୍ତିବିଶେଷଙ୍କ ନିର୍ବାଚନ ମଣ୍ଡଳୀରେ ମୁଁ ପ୍ରାର୍ଥୀ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି। ଗୋଟିଏ ପ୍ରସଙ୍ଗରେ ହିଁ ଚଳିତ ବର୍ଷ ନିର୍ବାଚନ ଲଢ଼ାଯିବ। ଲୋକମାନେ ନିଶ୍ଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲର ସୁଯୋଗ ଦେବେ। ଗୁଜରାଟବାସୀ ସମସ୍ତ ୨୬ଟି ଯାକ ଆସନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ମୋର ଆଶା।”

ଉଦ୍ଧବ ଠାକରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, “ଆମେ ଏବେ ଗୋଟିଏ ଲକ୍ଷ୍ୟ ଓ ଗୋଟିଏ ନେତାଙ୍କୁ ନେଇ ଏକାଠି ହୋଇଛୁ। ଲୋକମାନେ ସବୁଆଡ଼େ ମୋଦି ମୋଦି ନାରା ଦେଉଛନ୍ତି। ବିରୋଧୀ ଦଳରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି? ବିରୋଧୀ ଦଳଗୁଡ଼ିକ ଏମିତି ଏକ ସାଧାରଣ ସଭା କରିପାରିବେ କି, ଯେଉଁଥିରେ ଲୋକମାନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ କେବଳ ଜଣଙ୍କ ନାଁ ନେବେ? ଆମ ଭିତରେ ଯାହା ବି ବିବାଦ ଥିଲା, ତାହା ଶେଷ ହୋଇଯାଇଛି। ଏବେ ଆମେ ଏକାଠି ନିର୍ବାଚନ ଲଢ଼ିବୁ।”

ଶ୍ରୀ ପାଶ୍ୱାନ ମଧ୍ୟ ମୋଦିଙ୍କୁ ଦେଶବାସୀ ଆଉଥରେ ପ୍ରଧାନମନ୍ତ୍ରୀ କରନ୍ତୁ ବୋଲି ଭୋଟରଙ୍କୁ କହିଥିଲେ।



from Odisha Reporter https://ift.tt/2YCulIn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages