
ନୂଆଦିଲ୍ଲୀ:ଗୋଟେ ପଟେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ଫେରାଇ ପାକିସ୍ତାନ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ବାହାବା ନେଉଥିବାବେଳେ, ଅନ୍ୟ ପଟେ ଛାଡିବା ପୂର୍ବରୁ ଜାରି କରାଯାଇଥିବା ଅଭିନନ୍ଦନଙ୍କ ଭିଡିଓ ପାକିସ୍ତାନର ଆଉ ଏକ ଚାଲ ଧରାପକାଇଛି। ଅଭିନନ୍ଦନଙ୍କୁ ଭାରତ ଛାଡ଼ିବା ପୂର୍ବରୁ ପାକିସ୍ତାନ ଜାରି କରିଥିବା ତାଙ୍କର ଏକ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଜବରଦସ୍ତ ଶୁଟିଂ କରାଯାଇଛି।
ଏପରିକି ଏହି ଭିଡିଓକୁ ପାକ ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା ଏଥିରେ ଅଭିନନ୍ଦନ ପାକିସ୍ତାନ ସେନାକୁ ପ୍ରସଂଶା କରୁଥିବା ଏବଂ ଭାରତୀୟ ଗଣମାଧ୍ୟମକୁ ସମଲୋଚନା କରିଥିବା ୧.୨୩ ମିନିଟ୍ର ଏହି ଭିଡିଓକୁ ପ୍ରବଳ ମାତ୍ରାରେ ଏଡିଟ୍ କରାଯାଇଥିବା ସ୍ପଷ୍ଟବାରି ଜଣାପଡ଼ୁଛି। ଏଥିରେ ପ୍ରାୟ ୨୦ଟି କଟ୍ ଥିବା ଦେଖିବାକୁ ମିଳିଛି।
ଅନ୍ତର୍ଜତୀୟ ଫୋରମରେ ଏକ ଘରିକିଆ ହେବା ପରେ ନିଜର ଛବି ସୁଧାରିବା ପାଇଁ ପାକିସ୍ତାନ ପକ୍ଷରୁ ଏହି ହୀନ ଉଦ୍ୟମ କରାଯାଇଥିବା ନେଇ ବିଭିନ୍ନ ମହଲରୁ ସମାଲୋଚନା ହେବାକୁ ପଡିଛି।
ପୂର୍ବରୁ ମଧ୍ୟ ଇମ୍ରାନ୍ ଖାନଙ୍କର ଏକ ଭିଡିଓରେ ଏଭଳି କଟ୍ ସବୁ ଦେଖିବାକୁ ମିଳିଥିଲା। ଯେଉଁଥିରେ ଭାରତକୁ ଅଧିକ ମାତ୍ରାରେ ଟାର୍ଗେଟ୍ କରାଯାଇଥିବା ଅଂଶ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପୁଣି ଏଭଳି କାରସାଦି ପରେ ଅଭିନନ୍ଦନଙ୍କୁ ଭାରତ ପଠାଇବାରେ ବିଳମ୍ବ କରାଇବାରୁ ସ୍ପଷ୍ଟ ହୋଇଯାଇଛି ପାକିସ୍ତାନର ପ୍ରଧାନମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତିନି, ବରଂ ଇମ୍ରାନଙ୍କ ଉପରେ କାହାର ନିୟନ୍ତ୍ରଣ ନିଶ୍ଚୟ ଅଛି।
from Odisha Reporter https://ift.tt/2NDw6A6
No comments:
Post a Comment