ମିଶନ ଶକ୍ତି: ବିରୋଧୀଙ୍କୁ ଜବାବ ଦେଲେ ଇସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ମିଶନ ଶକ୍ତି: ବିରୋଧୀଙ୍କୁ ଜବାବ ଦେଲେ ଇସି

ନୂଆଦିଲ୍ଲୀ: ମିଶନ୍‌ ଶକ୍ତି ଅପରେଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପୂର୍ବରୁ ଘୋଷଣା କରିଥିବାରୁ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜନୀତି ଆରମ୍ଭ କରିଦେଇଛନ୍ତି। ଏପରି କି ଏଭଳି ଘୋଷଣା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ତେବେ ଏହାର ଜବାବ ନିର୍ବାଚନ କମିଶନ(ଇସି) ପକ୍ଷରୁ ଦିଆଯାଇଛି। ଇସି ପକ୍ଷରୁ କୁହାଯାଇଛି ଯେ ଜାତୀୟ ସୁରକ୍ଷା ସମ୍ପର୍କିତ କୌଣସି ଘୋଷଣା ପୂର୍ବରୁ ଇସିଙ୍କ ଅନୁମତି ଲୋଡ଼ିବାର ଆବଶ୍ୟକ ନାହିଁ। ଆଜି ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ର ପରୀକ୍ଷଣ ଦେଶର ସୁରକ୍ଷା ସହ ଜଡ଼ିତ। ତେଣୁ ଏଭଳି ଘୋଷଣା କୌଣସି ପ୍ରକାରର ଆଚରଣ ବିଧିର ଉଲ୍ଲଙ୍ଘନ କରୁନାହିଁ। ଦେଶରେ ନିର୍ବାଚନ ଚାଲିଥିଲେ ହେଁ ପ୍ରଥମେ ଜାତୀୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଏ। ଦେଶର ସୁରକ୍ଷା ପାଇଁ ନିର୍ବାଚନ ଋତୁରେ ମଧ୍ୟ ବଡ଼ ଘୋଷଣା ହୋଇପାରିବ ବୋଲି ଇସି ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2JGnoTi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages