କଂଗ୍ରେସକୁ ହଁ କହିବା ପରେ ନାଁ କହିଲେ ସପ୍‌ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

କଂଗ୍ରେସକୁ ହଁ କହିବା ପରେ ନାଁ କହିଲେ ସପ୍‌ନା

ନୂଆଦିଲ୍ଲୀ: ହରିଆଣାର ନୃତ୍ୟଶିଳ୍ପୀ ଏବଂ ଗାୟିକା ସପ୍‌ନା ଚୌଧୁରୀ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ନିଜେ ଏହାକୁ ଅସ୍ୱୀକାର କରିଛନ୍ତି। ସେ ସ୍ପଷ୍ଟ କରିଦେଇଛନ୍ତି ନା ମୁଁ କଂଗ୍ରେସରେ ଯୋଗ ଦେଇଛି, ନା କୌଣସି ଦଳ ପାଇଁ ପ୍ରଚାର କରିବି।

ଅନ୍ୟ ପକ୍ଷରେ ଏକ ଫର୍ମ ବର୍ତ୍ତମାନ ଉତ୍ତରପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ନରେନ୍ଦ୍ର ରଥି ଦେଖାଇଛନ୍ତି ଯେଉଁଥିରେ ସପ୍‌ନାଙ୍କ ଫଟୋ ସହିତ ନାମ ମଧ୍ୟ ରହିଛି। ଏଥିରେ ୨୩ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି ଏବଂ ତାଙ୍କ ଭଉଣୀ ମଧ୍ୟ କଂଗ୍ରେସରେ ଯୋଗ ଦେବା ସମ୍ପର୍କିତ ଫର୍ମ ଭରିଥିବା ସେ ସୂଚନା ଦେଇଛନ୍ତି। ସେ ଫର୍ମ ଭରୁଥିବାର ଏକ ଫଟୋ ମଧ୍ୟ ରହିଛି।

ଏଥିରେ ସେ ଉତ୍ତରପ୍ରଦେଶରୁ କଂଗ୍ରେସ ସଦସ୍ୟତା ଲାଭ କରିଥିବା ଉଲ୍ଲେଖ କରାଯାଇଛି। ଚର୍ଚ୍ଚା ହେଉଛି ସେ ମଥୁରା ଲଢ଼ିବାର ଥିଲା କିନ୍ତୁ ଟିକେଟ୍ ନମିଳିବାରୁ ସେ କଂଗ୍ରେସରେ ସାମିଲ ହେବେନି ବୋଲି କହୁଛନ୍ତି।

ସପ୍‌ନା ଗତ ବର୍ଷ ୟୁପିଏ ଅଧ୍ୟକ୍ଷ ସୋନିଆଙ୍କୁ ଭେଟିବାକୁ ଯାଇଥିଲେ। ସେ କଂଗ୍ରେସ ପାଇଁ ପ୍ରଚାର କରିବାକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷରେ ପିଟିଆଇ ସୂତ୍ରରୁ ଜଣାଯାଇଥିଲା ସେ ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ମଥୁରା ଲୋକସଭା ଆସନରୁ ବିଜେପିର ହେମା ମାଳିନୀଙ୍କ ବିରୋଧରେ ପ୍ରାର୍ଥୀ ହେବାର ଥିଲା।
କିନ୍ତୁ ସେ ଏହାକୁ ଅସ୍ୱୀକାର କରି କହିଛନ୍ତି ପ୍ରିୟଙ୍କାଙ୍କ ସହିତ ତାଙ୍କ ଫଟୋ ପୂରୁଣା ଫଟୋ। ସେ କଂଗ୍ରେସରେ ଯୋଗ ଦେବାକୁ ନେଇ ବିଜେପି ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି।



from Odisha Reporter https://ift.tt/2HP0arG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages