ଦର୍ଶକଙ୍କୁ ପସନ୍ଦ ଆସୁଛି ‘ଜଙ୍ଗଲି’ର ଟ୍ରେଲର: ଦେଖିଲେଣି ୨ କୋଟିରୁ ଅଧିକ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଦର୍ଶକଙ୍କୁ ପସନ୍ଦ ଆସୁଛି ‘ଜଙ୍ଗଲି’ର ଟ୍ରେଲର: ଦେଖିଲେଣି ୨ କୋଟିରୁ ଅଧିକ ଲୋକ

ମୁମ୍ବାଇ: ହାତୀ-ମଣିଷ ବନ୍ଧୁତାକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଜଙ୍ଗଲି’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ରିଲିଜ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୨ କୋଟିରୁ ଅଧିକଥର ଦେଖାସରିଲାଣି। ଏହି ଟ୍ରେଲରରୁ ହିଁ ଜଣାପଡୁଛି ହାତୀ ଓ ମଣିଷ ମଧ୍ୟରେ କେତେ ନିବିଡ଼ ସଂପର୍କ ରହିପାରେ।

ଦାନ୍ତ ପାଇଁ ହାତୀ ମାରିବାକୁ ଶିକାରୀ କରୁଛନ୍ତି ଷଡ଼ୟନ୍ତ୍ର। ହେଲେ ହାତୀକୁ ଭଲ ପାଉଥିବା ନାୟକ କିପରି ସେମାନଙ୍କୁ  ରକ୍ଷା କରୁଛନ୍ତି, ତାହା ହିଁ ଫିଲ୍ମର ବିଷୟବସ୍ତୁ। ଫିଲ୍ମର ଲିଡ୍‌ରେ ଅଛନ୍ତି ଦମ୍‌ଦାର ଆକ୍ସନ୍‌ ପାଇଁ ଜଣାଶୁଣା ‘କମାଣ୍ଡୋ’ ଫେମ୍‌ ବିଦ୍ୟୁତ୍ ଜାମବାଲ। ‌ଏହି ଫିଲ୍ମରେ ମଧ୍ୟ ରହିଛି ଜବରଦସ୍ତ ଆକ୍ସନ୍‌। ପ୍ରାୟ ୪୦ ବର୍ଷ ପରେ ଏହି ଫିଲ୍ମ ଜରିଆରେ ବଡ଼ପରଦାରେ ଅସଲି ହାତୀଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟି ସମ୍ପୂର୍ଣ୍ଣ ରୂପେ ଫ୍ୟାମିଲି-ଆକ୍ସନ୍ ଥ୍ରୀଲର। ବିଶେଷ କରି ପିଲାଙ୍କୁ  ଫିଲ୍ମଟି ବେଶ୍‌ ପସନ୍ଦ ଆସିବ। ଦର୍ଶକଙ୍କ କହିବା ଅନୁଯାୟୀ ଏହି ଫିଲ୍ମ ଜରିଆରେ ପିଲାଙ୍କୁ ଭାରତୀୟ ଟାର୍ଜନ ଦେଖିବାକୁ ମିଳିବ।

ରାଜ୍‌ ଭୂମିକାରେ ଅଭିନୟ କରୁଥିବା ବିଦ୍ୟୁତ୍ ପିଲା ଦିନରୁ ହିଁ ହାତୀ ଅଭୟାରଣ୍ୟରେ ରହୁଛନ୍ତି। ତେଣୁ ସବୁ ଜଙ୍ଗଲି ଜନ୍ତୁଙ୍କ ପ୍ରତି ତାଙ୍କର ଭଲ ପାଇବା ଅଛି। ବିଶେଷ କରି ଭୋଲା ନାମକ ହାତୀ ସହିତ ତାଙ୍କର ନିବିଡ଼ ବନ୍ଧୁତା ରହିଛି। କିଛି ଶିକାରୀ ହାତୀ ଦାନ୍ତ ପାଇଁ ଆସିଥିବା ବେଳେ କିଭଳି ରାଜ୍‌ ହାତୀମାନଙ୍କୁ ରକ୍ଷା କରିଛି, ତାହା ଫିଲ୍ମରେ ଦର୍ଶା ଯାଇଛି। ଫିଲ୍ମରେ ବିଦ୍ୟୁତଙ୍କ ଦମଦାର୍‌ ଆକ୍ସନ ସହିତ ବଢ଼ିଆ ସଂଳାପ ଅଛି। ବିଦ୍ୟୁତଙ୍କ ସହିତ ଆଶା ଭଟ୍ଟ, ଅତୁଲ କୁଲକର୍ଣ୍ଣି, ପୂଜା ସାବନ୍ତଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛି। ଆମେରିକାର ଫିଲ୍ମ ଡାଇରେକ୍ଟର ଚକ୍‌ ରସେଲ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଏପ୍ରିଲ ୫ ତାରିଖ ରିଲିଜ୍‌ ହେବ।



from Odisha Reporter https://ift.tt/2tWJUwu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages