
ମୁମ୍ବାଇ: ପୁଲୱାମା ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା ଭାରତ-ପାକ୍ର ନିୟନ୍ତ୍ରଣ ରେଖା ପାର୍ କରି ଜୈସ୍-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲେ। ଏହି ଆକ୍ରମଣରେ ୩୦୦ଆତଙ୍କବାଦୀ ନିହତ ହେବା ନେଇ ଖବର ଆସିବା ପରେ କିଛି ବ୍ୟକ୍ତି ପ୍ରକୃତରେ ଏୟାର ଷ୍ଟ୍ରାଇକ୍ କରାଯାଇଛି କି ନାହିଁ ତା’ର ପ୍ରମାଣ ମାଗିଥିଲେ । ମୋଦି ସରକାର ନିଜ ଶାସନରେ ଦୁଇ ଦୁଇଥର ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବା ପରେ ବିରୋଧୀ ଦଳମାନେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି।
ଏ ସବୁକୁ ଦେଖି ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, ଆମ ଯବାନମାନେ ସୀମାରେ ଆମମାନଙ୍କୁ ସୁରକ୍ଷା ଦେବା ପାଇଁ ସଂଘର୍ଷ କରିଥାନ୍ତି। ଆମ ପାଇଁ ନିଜ ଜୀବନ ହାରି ଥାନ୍ତି। କୌଣସି ବ୍ୟକ୍ତି ସେମାନଙ୍କ ବୀରତ୍ୱ ଉପରେ ପ୍ରଶ୍ନ ଉଠାଇବା ଆଦୌ ଠିକ୍ ନୁହେଁ। ଷ୍ଟ୍ରାଇକ୍ର ପ୍ରମାଣ ମାଗିବା ସମ୍ପୂର୍ଣ୍ଣ ଭୁଲ। ଆମ ଯବାନମାନେ ଆମକୁ ଶାନ୍ତିରେ ରହିବା ପାଇଁ ନିଜର ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିବା ଛାଡ଼ି ଦେଇଥାନ୍ତି। ଆମେ ତାଙ୍କୁ ପ୍ରମାଣ କିଭଳି ମାଗି ପାରିବା ବୋଲି ପ୍ରଶ୍ନ କରିଛିନ୍ତି।
from Odisha Reporter https://ift.tt/2TwCY7V
No comments:
Post a Comment