ଯୋଗ ପରେ ଖାଦ୍ୟରେ କ’ଣ କରିବେ ସାମିଲ, ଜାଣିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଯୋଗ ପରେ ଖାଦ୍ୟରେ କ’ଣ କରିବେ ସାମିଲ, ଜାଣିଛନ୍ତି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣତଃ ଆଜିକାଲି ଫିଟ୍‌ ରହିବାକୁ ବୁଢ଼ାଠୁ ଯୁବକ ପର୍ଯ୍ୟନ୍ତ ସମସ୍ତେ ଯୋଗ କରିବାକୁ ପ୍ରାଧାନ୍ୟ ଦେଉଛନ୍ତି। ହେଲେ ଯୋଗ କରି ସାରିବା ପରେ ଆମେ କ୍ଲାନ୍ତ ଅନୁଭବ କରିଥାଉ।  ଆମ ଶରୀରରୁ ସବୁ ଏନର୍ଜୀ ଶେଷ ହୋଇଗଲା ପରି ଲାଗେ।  ଏହି ସମୟରେ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଆବଶ୍ୟକ।

ଶାରୀରିକ ଓ ମାନସିକ ଶାନ୍ତି ପାଇବା ଲାଗି ଯୋଗ ହେଉଛି ଉତ୍କୃଷ୍ଠ ମାଧ୍ୟମ। ଏହାକୁ ନିୟମିତ ଭାବେ ଅଭ୍ୟାସରେ ପରିଣତ  କରିବା ଦ୍ୱାରା ଆମେ ବହୁ ମାତ୍ରାରେ ଉପକୃତ ହୋଇଥାଉ।  ଆପଣମାନେ ଯଦି ଯୋଗର ସଠିକ୍‌ ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଯୋଗ ସରିବା ପରେ ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ।  ଆମେ ସାଧାରଣତଃ ଯୋଗ କରି ସାରିବା ପରେ ଖାଦ୍ୟ ପାନୀୟଠାରୁ ଦୂରେଇ ରହିଥାଉ। କିନ୍ତୁ ଏପରି କିଛି ଫଳ ଓ ପାନୀୟ ଆମେ ଗ୍ରହଣ କରି ପାରିବା ଯାହାକି ଯୋଗର ଫାଇଦାକୁ ଦ୍ୱିଗୁଣ ବୃଦ୍ଧି କରି ଦେଇଥାଏ। ଆସନ୍ତୁ ଏହା ଉପରେ ନଜର ପକାଇବା

ନଡ଼ିଆ ପାଣି

ଯୋଗ ପରେ ଆପଣ ନଡ଼ିଆ ପାଣି ବିନା ଦ୍ୱିଧାରେ ପିଇ ପାରିବେ।  ଏଥିରେ ପ୍ରଚୁର ମାତ୍ରାରେ ସୋଡ଼ିୟମ, ପୋଟାସିୟମ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୁର ଅଟେ। ଏହା ବ୍ୟତୀତ ଏଥିରେ ଥିବା ଇଲେକ୍ଟ୍ରୋଲାଇଟସ୍‌ ଶରୀରକୁ ରିହାଇଡ୍ରେଟ କରିଥାଏ।

ତରଭୁଜ

ଯୋଗ ପରେ ତରଭୁଜ ଖାଇଲେ ବି ଶରୀରକୁ ବହୁତ ଲାଭ ମିଳିଥାଏ । ଯଦି ଆପଣ ଯୋଗ ପରେ କ୍ଲାନ୍ତ ଅନୁଭବ କରୁଛନ୍ତି ତା ହେଲେ ତରଭୁଜ ଖାଇବା ଆପଣଙ୍କ ଲାଗି ଲାଭଦାୟକ ହେବ।  ଏହାକୁ ଖାଇବା ଦ୍ୱାରା ଶରୀରକୁ ତତ୍‌କ୍ଷଣାତ ଏନର୍ଜୀ ମିଳିଥାଏ।

କଦଳୀ

ଯୋଗ ପରେ କଦଳୀ ଖାଇବା ଦ୍ୱାରା ମଧ୍ୟ ଖୁବ୍‌ ଲାଭ ମିଳିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଥକ୍କାପଣକୁ ତୁରନ୍ତ ଦୂର କରିଥାଏ। କଦଳୀରେ ଭରପୁର ମାତ୍ରାରେ କାର୍ବୋହାଇଡ୍ରେଟ୍‌ ରହିଛି। ଯାହାକୁ ଖାଇବା ଦ୍ୱାରା ଖୁବ୍‌ ଶୀଘ୍ର  ଥକାପଣ ଦୂର ହୋଇଥାଏ।

କମଳା

ଏହା ଶରୀର ପାଇଁ ବହୁତ ଲାଭଦାୟକ। କମଳାରେ ଭିଟାମିନ୍‌ ସି, ଆଣ୍ଟି ଅକ୍ସିଡେଣ୍ଟସ୍‌, ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌,  ଭରପୁର ମାତ୍ରାରେ ରହିଛି। ଯାହାକି ଶରୀରକୁ ପ୍ରଚୁର ଏନର୍ଜୀ ଯୋଗାଇଥାଏ।



from Odisha Reporter https://ift.tt/2TLDgn8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages