
ରାଉରକେଲା (ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ବାହ୍ମଣୀ ଥାନା ଅନ୍ତର୍ଗତ ତୁମରନ ଗାଁରେ ଜଣେ ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଜ୍ୱର ଭଲ ହେବା ପାଇଁ ଶିଶୁଟିକୁ ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି।
ଗତ କିଛି ଦିନ ହେଲା ଶିଶୁଟି ଜ୍ୱରରେ ପୀଡ଼ିତ ଥିଲା। ଜ୍ୱର ଭଲ ହେବା ପାଇଁ ଗତକାଲି ତାକୁ ଚେଙ୍କ ଦିଆଯାଇଥିଲା। ଚେଙ୍କ ଦେବା ପରେ ତା’ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଆଜି ସକାଳେ ତାକୁ ଆରଜିଏଚରେ ଭର୍ତ୍ତି କରାଯାଇଛି। ଶିଶୁଟିର ପେଟ,ଛାତି ଓ ପିଠିରେ ଚେଙ୍କ ଦିଆଯାଇଛି। ତା’ର ଅବସ୍ଥା ଏବେ ଭଲ ନାହିଁ।
ସୂଚନାଯୋଗ୍ୟ, ଗତକିଛି ଦିନ ତଳେ କୋଇଡ଼ା ଅଞ୍ଚଳରେ ଜଣେ ୫ ମାସର ଶିଶୁ କନ୍ୟାକୁ ମଧ୍ୟ ଚେଙ୍କ ଦିଆଯାଇଥିଲା। ଜ୍ୱର ଭଲ ନ ହେବାରୁ ଶିଶୁଟିକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଥିଲା।
from Odisha Reporter https://ift.tt/2BYuRa9
No comments:
Post a Comment