ଦୁଇଟି ଆସନରୁ ଲଢ଼ିବେ ରାହୁଲ, ଅସନ୍ତୋଷ ପ୍ରକାଶ କଲେ ସହଯୋଗୀ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ଦୁଇଟି ଆସନରୁ ଲଢ଼ିବେ ରାହୁଲ, ଅସନ୍ତୋଷ ପ୍ରକାଶ କଲେ ସହଯୋଗୀ ଦଳ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛି କଂଗ୍ରେସ। ଉତ୍ତର ପ୍ରଦେଶର ଆମେଥି ଓ କେରଳର ୱାୟାନାଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି କଂଗ୍ରେସର ବରିଷ୍ଠ ନେତା ଏ.କେ ଆଣ୍ଟୋନୀ ସୂଚନା ଦେଇଛନ୍ତି।

କେରଳ, କର୍ଣ୍ଣାଟକ, ତାମିଲନାଡ଼ୁର କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କୁ ନିଜ ନିଜ ରାଜ୍ୟର କୌଣସି ଆସନରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ କେରଳର ୱାୟାନାଡ଼ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି।

କେରଳର ଏହି ଆସନ ୨୦୦୮ରେ ଲୋକସଭା ନିର୍ବାଚନମଣ୍ଡଳୀ ଭାବେ ନୂଆ ତିଆରି ହୋଇଛି। ତେବେ ୨୦୧୪ ଓ ୨୦୦୯ରେ କଂଗ୍ରେସ ଏହି ଆସନରେ ସିପିଆଇ ପ୍ରାର୍ଥୀକୁ ହରାଇ ଜିତିଥିଲା। ତେବେ ଗତବର୍ଷ କଂଗ୍ରେସ ସାଂସଦ ଏମଆଇ ସାନଭାସଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି। ତେଣୁ ରାହୁଲଙ୍କ ପାଇଁ ଏହା ନିରାପଦ ରହିବ ବୋଲି କଂଗ୍ରେସ ଆକଳନ କରିଛି।

ତେବେ ଏହାକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରରେ ବିଜେପି କଂଗ୍ରେସର ପ୍ରମୁଖ ବିରୋଧୀ ହୋଇଥିବାବେଳେ କେରଳରେ ଏଲଡିଏଫ କ୍ଷମତାରେ ରହିଛି। ତେଣୁ ରାହୁଲ ଗାନ୍ଧି ଏଠି ନିର୍ବାଚନ ଲଢ଼ିବାକୁ ଉଚିତ ମଣି ନାହିଁ ୟୁଡ଼ିଏଫ। ତେବେ ନିର୍ବାଚନରେ ଏଲଡିଏଫ ରାହୁଲଙ୍କୁ ଶୋଚନୀୟ ପରାଜୟର ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି। ଖାଲି ଏଲଡିଏଫ ନୁହଁ, ସିପିଆଇଏମେ ଜେନେରାଲ ସେକ୍ରେଟେରୀ ପ୍ରକାଶ କରାତ ମଧ୍ୟ କଂଗ୍ରେସର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହା ବିଜେପି ବିରୋଧରେ ନୁହେଁ ବରଂ ସହଯୋଗୀ ଦଳ ସହ ଲଢ଼ିବା ଛଡ଼ା ଆଉ କିଛି ନୁହେଁ ବୋଲି ରୋକଠୋକ କହିଛନ୍ତି ପ୍ରକାଶ କରାତ।

ତେବେ କେରଳରେ ବିଜେପି ଏବେ ଶାସକ ଏଲଡିଏଫର ପ୍ରମୁଖ ବିରୋଧୀ ଦଳ ବିଜେପି ହୋଇଥିବା ବେଳେ କେରଳ ବିଜେପି ମଧ୍ୟ ରାହୁଲଙ୍କ ବିରୋଧରେ ଉଚିତ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି।

ଚଳିତମାସ ୨୭ ତାରିଖରେ କେରଳ କଂଗ୍ରେସ ଅଧ୍ୟକ୍ଷ ରାହୁଲ ୱାୟାନାଡ଼ ଆସନରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ। ସୂଚନାଯୋଗ୍ୟ ମାର୍ଚ୍ଚ ୧୫ରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟା କର୍ଣ୍ଣାଟକରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଏହା ପୂର୍ବରୁ ମାର୍ଚ୍ଚ ୭ରେ କଂଗ୍ରେସ ମଧ୍ୟ ଔପଚାରିକ ଭାବରେ ରାହୁଲ ଦୁଇଟି ଆସନରୁ ଚଳିତଥର ନିର୍ବାଚନ ଲଢ଼ିବେ ବୋଲି ସୂଚନା ଦେଇଥିଲା।

ଆଜି ଏହି ଘୋଷଣା ପରେ ଆମେଥିର ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କୁ ମଧ୍ୟ କଡ଼ା ଜବାବ ଦେଇଛି କଂଗ୍ରେସ। ଡରି କି ନୁହେଁ, କଂଗ୍ରେସ କର୍ମୀଙ୍କ ଦାବିକୁ ସମ୍ମାନ ଜଣାଇ ଦୁଇଟି ଆସନରୁ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଚଳିତଥର ମଧ୍ୟ ସ୍ମୃତି ଇରାନୀ ହାରି ହ୍ୟାଟ୍ରିକ କରିବେ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି। ଏଥିସହ ସେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭଦୋଦରା ଓ ଉତ୍ତର ପ୍ରଦେଶର ବାରଣାସୀରୁ ଏକାସଙ୍ଗେ ଦୁଇଟି ଆସନରୁ କାହିଁକି ପାର୍ଥୀ ହୋଇଥିଲେ? ଗୁଜରାଟରେ ପରାଜୟ ଭୟରେ ବୋଲି କି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ରଣଦୀପ।

ରାହୁଲ ଦୁଇଟି ଆସନରେ ଲଢିବେ ବୋଲି ଚର୍ଚ୍ଚା ହେବା ପରେ ସ୍ମୃତି ଇରାନୀ କହିଥିଲେ ଆମେଥିରେ କଂଗ୍ରେସ କ୍ଷମତାଚ୍ୟୁତ ହେବା ଭୟରେ ରାହୁଲ ଏପରି ନିଷ୍ପତ୍ତି ନେଇଛନ୍ତି।



from Odisha Reporter https://ift.tt/2FLCZgq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages