ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ବାଲାକୋଟ୍‌ରେ ଏକାଠି ହୋଇଥିଲେ ୨୬୩ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ବାଲାକୋଟ୍‌ରେ ଏକାଠି ହୋଇଥିଲେ ୨୬୩ ଆତଙ୍କବାଦୀ

ନୂଆଦିଲ୍ଲୀ: ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି। ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ବାଲାକୋଟ୍‌ରେ କୁଖ୍ୟାତ ଆତଙ୍କବାଦୀ ଜୈଶ-ଇ-ମହମ୍ମଦରର ୨୬୩ ଜଣ ଆତଙ୍କବାଦୀ ଏକାଠି ହୋଇଥିଲେ। ଏୟାର ଷ୍ଟ୍ରାଇକ୍‌ର ୫ ଦିନ ପୂର୍ବରୁ ଏମାନେ ଉକ୍ତ କ୍ୟାମ୍ପରେ ଏକାଠି ହୋଇଥିଲେ। ଏହାର ପ୍ରମାଣ ଏବେ ସାମ୍ନାକୁ ଆସିଥିବା ଟାଇମ୍‌ସ ଅଫ ଇଣ୍ଡିଆ ଦାବି କରିଛି।

ସମସ୍ତଙ୍କୁ ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଇଥିବା ନ୍ୟାସନାଲ ଟେକନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ(ଏନ୍‌ଟିଆରଓ) ପକ୍ଷରୁ ଟ୍ରାକ୍‌ କରାଯାଥିଲା।  ଏହି ଆତଙ୍କବାଦୀଙ୍କୁ ଅତି ସତର୍କତାର ସହ ଟ୍ରାକ୍‌ କରିଥିଲା ଏନ୍‌ଟିଆରଓ। ତେବେ ଭାରତୀୟ ବାୟୁ ସେନାର ଆକ୍ରମଣ ପରେ ସିଗ୍‌ନାଲ ଗୁଡ଼ିକୁ ବ୍ଲକ କରିଦିଆଯାଇଥିବା ଏନ୍‌ଟିଆରଓ ପକ୍ଷରୁ କୁହାଯାଥିଲା।

ସୂଚନାଯୋଗ୍ୟ ଯେ, ପୁଲୱାମା ଆକ୍ରମଣ ପ୍ରତିଶୋଧ ନେବାକୁ ଯାଇ ଗତ ୨୬ ତାରିଖରେ ଭାରତୀୟ ବାୟୁ ସେନା ପକ୍ଷରୁ ପାକିସ୍ତାନର ବାଲାକୋଟ୍‌ ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ୩୦୦ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଇଥିଲା।



from Odisha Reporter https://ift.tt/2SZXsBA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages