ପୁଅଝିଅଙ୍କ ବିବାହ ପରେ ଗୋଲଡ଼େନ ଟେମ୍ପୁଲ୍‌ ଦର୍ଶନ କଲେ ନୀତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

 ପୁଅଝିଅଙ୍କ ବିବାହ ପରେ ଗୋଲଡ଼େନ ଟେମ୍ପୁଲ୍‌ ଦର୍ଶନ କଲେ ନୀତା

ଅମୃତସର: ପୁଅଝିଅଙ୍କ ବିବାହ ସରିଲା ପରେ ବାପାମା’ ମାନେ ମୁଣ୍ଡରୁ ବୋଝ ଗଲା ବୋଲି ଭାବିଥାନ୍ତି। ଏପରି ଗୁରୁଦାୟିତ୍ୱ ସଠିକ୍‌ ଭାବେ ତୁଲାଇ ପାରିଥିବାରୁ ସେମାନେ ଭଗବାନଙ୍କ ଦର୍ଶନ କରି ଧନ୍ୟବାଦ ଦେଇଥାନ୍ତି।  ଏପରି କରୁଥିବାର ନଜର ଆସିଛନ୍ତି ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ ସ୍ତ୍ରୀ ନୀତା ଅମ୍ୱାନୀ। ନିଜ ପୁଅ ଝିଅ ଆକାଶ ଅମ୍ୱାନୀ ଓ ଇଶା ଅମ୍ୱାନୀଙ୍କ ବିବାହ ପରେ ପଞ୍ଜାବସସ୍ଥିତ ଗୋଲଡେନ ଟେମ୍ପୁଲ୍‌ରେ ଭଗବାନଙ୍କ ଦର୍ଶନ କରିଛନ୍ତି ନୀତା।  ଏଠାରେ ସେ ଖୁବ୍‌ ସିମ୍ପଲ୍‌ ଲାଗୁଥିବା ବେଳେ ମୁଣ୍ଡରେ ଲାଲ ଓଢଣା ଦେଇଥିଲେ। ଏଠାକୁ ସେ ଏକୁଟିଆ ଆସୁଥିବା ବେଳେ ତାଙ୍କ ପରିବାରର ଅନ୍ୟ କେହି ସଦସ୍ୟଙ୍କୁ ଦେଖିବାକୁ ମିଳିନଥିଲା।

ମୋହାଲିସ୍ଥିତ ପିସିଏ ଷ୍ଟାଡିୟମରେ ଶନିବାର ମୁମ୍ୱାଇ ଓ ପଞ୍ଜାବ ମଧ୍ୟରେ  ମ୍ୟାଚ ଅନୁଷ୍ଠିତ ହୋଇଥିଲା। ନିଜ ଦଳର ଖେଳାଳୀଙ୍କୁ ଉତ୍ସାହିତ କରିବାକୁ ନୀତା ଏଠାକୁ ଆସିଥିବା ବେଳେ  ଗୋଲଡେନ ଟେମ୍ପୁଲ ଯାଇଥିଲେ। ସେ ଏଠାରେ ପ୍ରସାଦ ସେବନ କରିବା ସହ  ପବିତ୍ର ପୀଠରେ ବସି ଗୁରୁବାଣୀ ଶୁଣିଥିଲେ । ଏହାପରେ ସେ ଲଙ୍ଗର ହଲ୍‌ ଯାଇ ସେଠାରେ ସେବା କଲେ।

ଏହାପରେ ମନ୍ଦିର ବାହାରେ ପତ୍ରକାରଙ୍କ ସହ କଥାବର୍ତ୍ତା ବେଳେ ନିଜ ଜୀବନ ଓ ପରିବାରକୁ ନେଇ ମୁଁ ବେଶ୍‌ ଖୁସି ଅଛି।  କିଛି ଦିନ ପୂର୍ବେ ଆକାଶ, ଇଶାଙ୍କ ବିବାହ ସମ୍ପନ୍ନ ହୋଇଛି। ଏବେ ମଧ୍ୟ ଆମ ଟିମ୍‌ର ମ୍ୟାଚ ଚାଲୁ ରହିଛି। ତେଣୁ ଭଗବାନଙ୍କ ଆର୍ଶୀବାଦ ଆମ ପରିବାର ଉପରେ ଥିବାରୁ ଧନ୍ୟବାଦ ଜଣାଇବାକୁ ଆସିଛି ବୋଲି କହିଥିଲେ।



from Odisha Reporter https://ift.tt/2FMKJ0C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages