
ମୁମ୍ୱାଇ: ‘ମୋ ସ୍ତ୍ରୀଙ୍କୁ ଭଲ ଭାବେ ଦେଖି ନିଅ’। ଏହି ଭିଡ଼ିଓ ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ବିବାହ ପରେ ଆକାଶ ଅମ୍ବାନୀ ଶ୍ଲୋକାଙ୍କ ସହ ମିଡିଆ ସମ୍ମୁଖକୁ ପ୍ରଥମ ଥର ଯାଇଥିବା ବେଳେ ଏଭଳି ଭାବେ ନିଜ ପତ୍ନୀଙ୍କ ପରିଚୟ କରାଇଛନ୍ତି। ଏହି ଭିଡ଼ିଓକୁ ବହୁ ଲୋକ ଶେୟାର ଓ ଲାଇକ୍ ମଧ୍ୟ କରୁଛନ୍ତି।
ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଜଣାଶୁଣା ହୀରା ବ୍ୟବସାୟୀ ରସେଲ ମେହେଟ୍ଟାଙ୍କ ଝିଅ ଶ୍ଲୋକାଙ୍କୁ ନିଜ ଜୀବନସାଥୀ ରୂପେ ବାଛି ନେଇଛନ୍ତି। ଏହି ବିବାହରେ ଦେଶବିଦେଶରୁ ବହୁ ସେଲିବ୍ରିଟି, ପଲଟିସିଆନ, ବଲିଉଡ ଓ ସ୍ପୋର୍ଟ୍ସ ଜଗତର ତାରକା ସାମିଲ ହୋଇଥିଲେ । ବିବାହ ପରେ ଏକ ଭବ୍ୟ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଥିଲା। ଏହାପରେ ନବ ଦମ୍ପତି ଆକାଶ ଓ ଶ୍ଲୋକା କ୍ୟାମେରା ସମ୍ମୁଖକୁ ଯାଇଥିଲେ।
ଏହି ବାହାଘରରେ ଗୁଗୁଲ୍ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନ୍ଦର ପିଚାଇ, ଦେଶର ପ୍ରମୁଖ ଉଦ୍ୟୋଗପତି ରତନ ଟାଟା, ଏମ୍ ଚନ୍ଦ୍ରଶେଖରନ୍, ବ୍ୟାଙ୍କ ଅଫ୍ ଆମେରିକା, ସାମସଙ୍ଗ କମ୍ପାନୀର ପ୍ରମୁଖ ଅଧକାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡ଼ା, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଓ ତାଙ୍କ ପତ୍ନୀ ଚେରି, ସଂଯୁକ୍ତ ରାଷ୍ଟ୍ରର ପୂର୍ବ ମହାସଚିବ ବାନ କି ମୁନ ପ୍ରମୁଖ ସାମିଲ ହୋଇଥିଲେ।
ବିବାହ ପରେ ହୋଇଥିବା ପୋଷ୍ଟ ୱେଡିଙ୍ଗ ସେଲିବ୍ରେସନରେ ମଧ୍ୟ ବଲିଉଡର ବହୁ ବଡବଡ ତାରକା ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଶାହାରୁଖ ଖାନ, ରଣବୀର କପୁର, ଶିଳ୍ପା ସେଟ୍ଟି ଓ ସ୍ୱାମୀ ରାଜ କୁନ୍ଦ୍ରା, ପ୍ରଡ୍ୟୁସର ବିଧୁ ବିନୋଦ ଚୋପ୍ରା, ଫରହା ଖାନ, ରାଜ ଠାକରେ ଓ ପତ୍ନୀ ଶର୍ମିଲା ଠାକରେ ଓ ନିଜ ପରିବାର ସହ ସୁଜେନ ଖାନଙ୍କୁ ଦେଖିବାକୁ ମିଳିଥିଲା। ଏହି ଖୁସିର ମାହୋଲରେ ଫିଲ୍ମ ଇଣ୍ଡଷ୍ଟ୍ରୀର ରଜନୀକାନ୍ତ, ଆମୀର ଖାନ, ପ୍ରିୟଙ୍କା ଚୋପ୍ରା, ଐଶର୍ଯ୍ୟା ରାୟ ବଚ୍ଚନ, ସ୍ପୋର୍ଟ୍ସ ଜଗତର ସଚିନ ତେନ୍ଦୁଲକର, ଯୁବରାଜ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ସାମିଲ ହୋଇ ନାଚଗୀତରେ ମଜ୍ଜି ଯାଇଥିବା ଦେଖିବାକୁ ମିଳିଥିଲା ।
from Odisha Reporter https://ift.tt/2HrXBM6
No comments:
Post a Comment