
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି। ତେବେ କାହାକୁ ଟିକେଟ୍ ମିଳିବ କାହାକୁ ମିଳିବ ନାହିଁ ଏହାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । ସମସ୍ତ ଦଳ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ଏଥର ତା ଦଳର ଅନେକ ବଡ଼ ନେତାଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇବ।
ଏଥର ନିର୍ବାଚନରେ ବିଜେପି ପ୍ରବକ୍ତା ଶାହନବାଜ ହୁସେନ୍, ରାଜୀବ ପ୍ରତାପ ରୁଡି ଓ ଓଡ଼ିଶାର ସମ୍ୱିତ ପାତ୍ରଙ୍କ ପରି ନେତା ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ ବୋଲି ଶୁଣିବାକୁ ମିଳିଛି।
ତେବେ କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ନିର୍ବାଚନ ଲଢ଼ିବେ। କିନ୍ତୁ ଟିଭି ରିପୋର୍ଟ ଓ ସୋଶାଲ ମିଡିଆର ତଥ୍ୟ ଅନୁସାରେ ଏଥର ବିଜେପି ପ୍ରବକ୍ତା ସମ୍ୱିତ ପାତ୍ରଙ୍କୁ ପୁରୀରୁ ଲୋକସଭା ଆସନ ପାଇଁ ଟିକେଟ ମିଳିବାକୁ ଯାଉଛି। ତେବେ ଏହା କେତେଦୂର ସତ ତାହା ଟିକେଟ ମିଳିବା ପରେ ହିଁ ଜଣାପଡ଼ିବ।
କାରଣ ବିଜେପି ଅଳିନ୍ଦରୁ ମିଳିଥିବା ଖବର ଅନୁଯାୟୀ, ମୋଦି ବାରଣାସୀରୁ ପୁଣି ଲଢ଼ିବେ। ଗଣମାଧ୍ୟମରେ ଏକ ସାକ୍ଷାତକାରରେ ପୁରୀରୁ ନିର୍ବାଚନ ଲଢିବା ନେଇ ମୋଦିଙ୍କୁ ପ୍ରଶ୍ନ କରାଯିବାରୁ ସେ ଏହାକୁ ନା କହି ନ ଥିଲେ ମଧ୍ୟ ହଁ ବି କରିନାହାନ୍ତି। ଏଣୁ ଆପାତତଃ ମୋଦିଙ୍କ ପ୍ରାର୍ଥୀତ୍ୱ କ୍ରମଶଃ ସ୍ପଷ୍ଟ ହେବାକୁ ଯାଉଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।
କାରଣ ପୂର୍ବ ନିର୍ବାଚନରେ ମୋଦି ବାରଣାସୀ ଓ ଭଦୋଦରାରୁ ଏକାଠି ନିର୍ବାଚନ ଲଢି ଜିତିଥିଲେ। ପରବର୍ତ୍ତି ସମୟରେ ସେ ଭଦୋଦରା ଛାଡି କେବଳ ବାରଣରାସୀକୁ ନିଜ ହାତରେ ରଖିଥିଲେ।
ସେହିପରି କୁହାଯାଉଛି ଯେ, ୨୦୧୪ ଲୋକସଭା ନିର୍ବାଚନରେ ବହୁତ କମ୍ ଭୋଟରେ ହାରିଥିବା ବିଜେପି ନେତା ଶାହନବାଜ ହୁସେନଙ୍କୁ ତାଙ୍କର ପାରମ୍ପରିକ ସିଟ୍ ବିହାରର ଭାଗଲପୁରରୁ ପୁଣିଥରେ ଟିକେଟ୍ ମିଳିବ। ତାଙ୍କ ବ୍ୟତୀତ ବିହାରର ସାରଣରୁ ପୂର୍ବ କେନ୍ଦ୍ରମନ୍ତ୍ରୀ ରାଜୀବ ରୁଡାଙ୍କୁ ମଧ୍ୟ ଟିକେଟ୍ ମିଳିବ ବୋଲି ଶୁଣିବାକୁ ମିଳିଛି।
ଆହୁରି ମଧ୍ୟ ଏମାନଙ୍କ ବ୍ୟତୀତ ବିଜୟ ସୋନକର ଶାସ୍ତ୍ରୀଙ୍କୁ ମଛଲୀସହର ଲୋକସଭା ସିଟ୍ରୁ ଟିକେଟ୍ ମିଳିପାରେ। ଏହି ସିଟ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ହିଁ ରହିଛି। ସୋନକର ଶାସ୍ତ୍ରୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ମଧ୍ୟ ରହି ସାରିଛନ୍ତି।
ସେହିପରି ଶିବସେନା ଛାଡ଼ି ବିଜେପିର ହାତ ଧରିଥିବା ପ୍ରେମ ଶୁକ୍ଲାଙ୍କୁ ଉତ୍ତର ପ୍ରଦେଶର ସୁଲତାନାପୁରରୁ ସିଟ୍ ମିଳିବ ବୋଲି ଶୁଣିବାକୁ ମିଳିଛି। ବର୍ତ୍ତମାନ ସେଠାରେ ବରୁଣ ଗାନ୍ଧୀ ସାଂସଦ ରହିଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ବରୁଣ ଏଥର ପିଲିଭିତ ସହରରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।
ରାଜଧାନୀ ଦିଲ୍ଲୀରେ ମଧ୍ୟ ଟିକେଟକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ଦିଲ୍ଲୀରେ ବର୍ତ୍ତମାନ ସାଂସଦ ଥିବା ମିନାକ୍ଷୀ ଲେଖିଙ୍କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। କାରଣ ତାଙ୍କର ଏହି ସିଟ୍ରୁ କ୍ରିକେଟର୍ ଗୌତମ ଗମ୍ଭୀର ନିର୍ବାଚନ ଲଢ଼ିବେ ବୋଲି ଦାବି କରାଯାଉଛି।
ଠିକ୍ ସେହିପରି ଝାଡଖଣ୍ଡର ଚତରା ଲୋକସଭା ଆସନରେ ସୁଦେଶ ବର୍ମା ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ସେ ଗତବର୍ଷ ନିର୍ବାଚନରେ ବିଜେପିରେ ସାମିଲ ହୋଇଥିଲେ। ପେସାରେ ସାମ୍ୱାଦିକ ଥିବା ସୁଦେଶ ବର୍ମା ଏହା ଏହା ପୂର୍ବରୁ ଆମ ଆଦମି ପାର୍ଟିର ସଦସ୍ୟ ଥିଲେ।
from Odisha Reporter https://ift.tt/2HfCkFQ
No comments:
Post a Comment