ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ସନ୍ଦେହ ଅଛି: ଫାରୁକ ଅବଦୁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ସନ୍ଦେହ ଅଛି: ଫାରୁକ ଅବଦୁଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ନ୍ୟାଶନାଲ କନଫରେନସ ନେତା ଫାରୁକ ଅବଦୁଲ୍ଲା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ସହିଦ ଯବାନଙ୍କ ମୃତ୍ୟୁ ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।
ଖବର ସରବରାହ ସଂସ୍ଥା ଏଏନଆଇ ସହ ସାକ୍ଷାତକାରରେ ଅବଦୁଲ୍ଲା କହିଛନ୍ତି, ଛତିଶଗଡ଼ରେ କେତେ ଯବାନ ସହିଦ ହୋଇଛନ୍ତି, କିନ୍ତୁ ଛତିଶଗଡ଼ରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପ୍ରଧାନମନ୍ତ୍ରୀ ମୋଦି ଯାଇଥିଲେ କି କିମ୍ବା କେବେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ କି ?

 
ତେବେ ପୁଲୱାମାରେ ସହିଦ ୪୦ ଯବାନ ସହିଦ ହେବା ଘଟଣା ପଛରେ କାରଣ କଣ ? ଏହା ଉପରେ ମୋର ସନ୍ଦେହ ଅଛି ବୋଲି ମହାମେଣ୍ଟର ଅନ୍ୟତମ ସହଯୋଗୀ ଫାରୁକ ଅବଦୁଲା କହିଛନ୍ତି।ଏହା ପୂର୍ବରୁ ଅବଦୁଲ୍ଲା ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିବା ସହିତ ବିଜେପି ଉପରେ ବର୍ଷିଥିଲେ। ରାମ ମନ୍ଦିର ପ୍ରସଙ୍ଗ ନ ଉଠାଇ କାହିଁକି ବିଜେପି ଏୟାର୍ ଷ୍ଟ୍ରାଇକ ପ୍ରସଙ୍ଗ ଉଠାଉଛି ବୋଲି ପ୍ରଶ୍ନ କରିଛନ୍ତି ଅବଦୁଲ୍ଲା।
 
ତେବେ ରାମ ମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରି ଏହାର ସମାଧାନ ପାଇଁ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ମଧ୍ୟସ୍ଥତା ପ୍ରକ୍ରିୟା ସମ୍ପର୍କରେ ମିଡିଆ ବା ଅନ୍ୟ କେହି କୌଣସି କଥା ସାଧାରଣରେ ପ୍ରକାଶ କରିବେ ନାହିଁ ବୋଲି ଦେଶର ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 


from Odisha Reporter https://ift.tt/2OzAYXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages