
ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ। ଏକ ସଡ଼କ ଦୁର୍ଘଟଣାରେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ ଆହତ ହୋଇଥିବା ବେଳେ ଠିକ୍ ସମୟରେ ତାଙ୍କୁ ଉଦ୍ଧାର କରାଯାଇ ନଥିଲେ, ଆହୁରି ବଡ଼ ଅଘଟଣ ଘଟି ଯାଇ ଥାଆନ୍ତା। କାରଣ ତାଙ୍କୁ ଓ ଗାଡ଼ିରେ ଥିବା ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯିବା ପରେ ପରେ ଦୁର୍ଘଟଣାଗ୍ରସ୍ତ କାର୍ଟି ଜଳି ଯାଇଥିଲା।
ଅନୁଗୋଳ ଠାରୁ ପ୍ରାୟ ୧୫ କିଲୋମିଟର ଦୂର ଆଠଗଡ଼ ରାସ୍ତାର ଖନ୍ଦାନଳୀ ନିକଟରେ ଗତକାଲି ରାତି ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସେ ସୁନ୍ଦରଗଡ଼ରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଏଥିରେ ଯୋଗେଶ ସିଂହଙ୍କ ସହିତ ଗାଡ଼ିରେ ଥିବା ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଯୋଗେଶଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ତାଙ୍କର ମୁଣ୍ଡ, ଡାହାଣ ଆଖି ପାଖରେ ଓ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଏକ ବିବାହରେ ଯୋଗ ଦେଇ ଫେରୁଥିବା କିଛି ଲୋକ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଉଦ୍ଧାର କରାଯିବା ବେଳେ ଗାଡ଼ିରୁ ଧୂଆଁ ବାହାରୁ ଥିଲା। ଆଉ ଉଦ୍ଧାର କରାଯିବା ପରେ ହଠାତ୍ ଗାଡ଼ିଟି ସଂପୂର୍ଣ୍ଣ ଜଳିଯାଇଛି।
ଖବରପାଇ ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।
ସମସ୍ତଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
from Odisha Reporter https://ift.tt/2TwpmKI
No comments:
Post a Comment