ଓଡ଼ିଶା କଂଗ୍ରେସରେ ବାପ-ପୁଅଙ୍କ ରାଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଓଡ଼ିଶା କଂଗ୍ରେସରେ ବାପ-ପୁଅଙ୍କ ରାଜ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦେଢ଼ ଦଶନ୍ଧି ଧରି ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ଓଡ଼ିଶାରେ ପୁଣିଥରେ ଏବେ ପରିବାରବାଦ ଓ ଗୋଷ୍ଠୀବାଦ ସମସ୍ୟା ଭିତରକୁ ଠେଲି ହୋଇଯାଇଛି।

ଗତ କିଛିଦିନ ଧରି ନିଜର ଅଣ୍ଟା ସଳଖିଥିବା କଂଗ୍ରେସ ଚଳିତ ନିର୍ବାଚନରେ ପୁଣିଥରେ ପରିବାର ରାଜନୀତିକୁ ପ୍ରୋତ୍ସାହିତ କରିଛି। କଳାହାଣ୍ଡି, ବଲାଙ୍ଗିର ଓ ଅବିଭକ୍ତ ବାଲେଶ୍ୱର ଲୋକସଭା ଆସନରେ ବାପ-ପୁଅଙ୍କୁ ମଇଦାନକୁ ଓହ୍ଲାଇ କଂଗ୍ରେସ ଏହାର ଆଭାସ ଦେଇଛି।

ସୂଚନା ଅନୁସାରେ, କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ ଓ ନରସିଂହ ମିଶ୍ର ଚଳିତ ନିର୍ବାଚନରେ ନିଜର ରାଜନୀତିକ ଉତ୍ତରାଧିକାରୀଙ୍କୁ ମଇଦାନକୁ ଓହ୍ଲାଇ ଥିବାବେଳେ ପିସିସି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅଙ୍କୁ ଟିକେଟ୍ ମିଳିବ ବୋଲି ଜଣାପଡ଼ିଛି।

କଂଗ୍ରେସ ଭକ୍ତ ଦାସଙ୍କୁ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କରିଥିବାବେଳେ ତାଙ୍କ ପୁଅ ସାଗର ଚରଣ ଦାସଙ୍କୁ ଭବାନୀପାଟଣା ବିଧାନସଭା ଆସନରୁ ଦଳୀୟ ଟିକେଟ ଦିଆଯାଇଛି। ସେହିପରି ବଲାଙ୍ଗିର ବିଧାନସଭା ଆସନରୁ ବରିଷ୍ଠ ନେତା ନରସିଂହ ମିଶ୍ର ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ ବଲାଙ୍ଗିର ଲୋକସଭା ଆସନରୁ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହୋଇଛନ୍ତି। ନରସିଂହ ମଧ୍ୟ ନିଜର ଭଣଜା ନିପନ ଦାଶଙ୍କୁ ବରଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ କରାଇବାକୁ ସକ୍ଷମ ହୋଇଛନ୍ତି। ସେଠାରେ ସାଧୁ ନେପାକଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ କଂଗ୍ରେସ ଅଣଦେଖା କରି ନିପନଙ୍କ ଭଳି ଅନଭିଜ୍ଞ ବ୍ୟକ୍ତିଙ୍କୁ ଟିକେଟ୍ ଦେଇଛି।

କେବଳ ଏତିକି ନୁହେଁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ନିଜର ପୁଅଙ୍କୁ ଥଇଥାନ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ନିଜେ ନିରଞ୍ଜନ ଭଣ୍ଡାରିପୋଖରୀରୁ ପ୍ରାର୍ଥୀ ହେବାକୁ ଚାହୁଁଥିବାବେଳେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକ୍ରିୟାବେଳେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଗୋଟିଏ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରାଯିବ ବୋଲି ସୂଚନା ଦେଇଥିଲେ। କଂଗ୍ରେସ ନେତୃତ୍ୱଙ୍କ ଏଭଳି ଘୋଷଣା ପରେ ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ଦଳ ଛାଡ଼ିଥିଲେ। ତେବେ ବିଜୟ ସମ୍ଭାବନା ଥିବା ନେତାମାନେ ଗୋଟିଏ ପରିବାରର ହେଲେ ବି ପ୍ରାର୍ଥୀ ଦିଆଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହି ଏଥିରେ ତାଳିପକା ଉଦ୍ୟମ କରିଥିଲେ।

କିନ୍ତୁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ପରେ କେବଳ ହାତଗଣତି ଓ ପ୍ରଭାବଶାଳୀ ନେତାମାନେ ହିଁ ନିଜର ପରିବାର ସଦସ୍ୟଙ୍କୁ ଥଇଥାନ କରାଇବାରେ ସକ୍ଷମ ହୋଇଛନ୍ତି।



from Odisha Reporter https://ift.tt/2TTdAKn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages