
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କେଉଁ ଦଳକୁ ଯିବେ ସେ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନଥିବା କହିଛନ୍ତି । ଏ ସଂପର୍କରେ ସେ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରୁଥିବା କହିଛନ୍ତି। ବିଜେପିକୁ ପୁଣି ଫେରିବା ନେଇ ପ୍ରଶ୍ନ ହେବାରୁ ବିଜୟ କହିଛନ୍ତି ଯେ, ଯୋଗାଯୋଗ ସମସ୍ତଙ୍କ ସାଙ୍ଗରେ ଅଛି।
କିନ୍ତୁ କିଛି ନିଷ୍ପତ୍ତି ହୋଇନାହିଁ । ସେହିପରି ଦିଲୀପ ରାୟ, ବିଜେଡିରେ ଯୋଗ ଦେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜୟ କହିଛନ୍ତି, ସମସ୍ତଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ଅଛି। ଗତ ନଭେମ୍ବର ମାସରେ ବିଜେପିରୁ ବିଜୟ ମହାପାତ୍ର ଓ ଦୀଲିପ ରାୟ ଏକସଙ୍ଗେ ଇସ୍ତଫା ଦେଇଥିଲେ। ଉଭୟେ ରାଜନୀତିରେ ଘନିଷ୍ଟ ବନ୍ଧୁ ଭାବେ ଜଣାଶୁଣା।
ତେବେ କିଛି ଦିନ ହେଲା ପୁଣିଥରେ ଉଭୟ ନେତା ବିଜେପିକୁ ଫେରିପାରନ୍ତି ବୋଲି ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଥିଲେ। କିନ୍ତୁ ଗତକାଲି ବିଜୟଙ୍କ ହାତ ଛାଡ଼ି ଦିଲିପ ରାୟ ନବୀସ ନିବାସ ମୁହାଁଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଗତକାଲି ଭେଟିଥିଲେ। ଏହି ଭେଟଘାଟରୁ ଦିଲୀପ ରାୟ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ବିଜୟ ମହାପାତ୍ର କେଉଁଠିକୁ ଯିବେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।
from Odisha Reporter https://ift.tt/2JjGfUb
No comments:
Post a Comment