୯୦ ଦଶକରେ ଶିବ ଚରିତ୍ରରେ ଅଭିନୟ କରିଥିବା ଏହି ବ୍ୟକ୍ତିଙ୍କୁ ଲୋକେ ପୂଜା କରୁଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

୯୦ ଦଶକରେ ଶିବ ଚରିତ୍ରରେ ଅଭିନୟ କରିଥିବା ଏହି ବ୍ୟକ୍ତିଙ୍କୁ ଲୋକେ ପୂଜା କରୁଥିଲେ

ମୁମ୍ବାଇ: ଆଜି ପବିତ୍ର ଶିବରାତ୍ରି । ଏହି ଶିବରାତ୍ରି ଅବସରରେ ଆମେ ସେଇ ଶିବଙ୍କ କଥା କହିବାକୁ ଯାଉଛୁ, ଯିଏ ୯୦ ଦଶକରେ ଘରେ ଘରେ ପୂଜା ପାଉଥିଲେ। ହଁ, ଇଏ ସେଇ ଶିବ, ଯିଏ ‘ଓଁ ନମଃ ଶିବାୟ’ ସିରିଏଲ୍‌ରେ ମୁଖ୍ୟ ଭୂମିକାରେ  ଅଭିନୟ କରିଥିଲେ। ଆପଣ ତାଙ୍କୁ ଭୁଲି ଯାଇଥିବେ । କିନ୍ତୁ, ଏବେ ବି ସେ ଅନେକ ଫିଲ୍ମରେ ନଜର ଆସନ୍ତି।

୯୦ ଦଶକରେ ‘ଓଁ ନମଃ ଶିବାୟ’ ସିରିଏଲ୍‌ ଘରେ ଘରେ ପରିଚିତ ଥିଲା। ଅଭିନେତା ତଥା ନିର୍ଦ୍ଦେଶକ ଧିରଜ କୁମାର ଏହି ସିରିଏଲ୍‌ର ନିର୍ଦ୍ଦେଶନା ଦେଇଥିଲେ। ସେତେବେଳେ ଏହି ସିରିଏଲ୍‌ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ବହୁତ ପସନ୍ଦ ଥିଲା। ସେହି ସିରିଏଲ୍‌ରେ ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ ସମର ଜଏ ସିଂ। ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ, ଲୋକେ ତାଙ୍କୁ ଭଗବାନ ଶିବ ବୋଲି ଭାବୁଥିଲେ।

ଅବଶ୍ୟ ‘ଓଁ ନମଃ ଶିବାୟ’ ପୂର୍ବରୁ ସେ ଅନ୍ୟ ପୌରାଣିକ ଶୋ’ରେ ମଧ୍ୟ କାମ କରିଥିଲେ । ଯେପରିକି ‘ଅଶୋକ ସମ୍ରାଟ୍‌’, ‘ମୃତ୍ୟୁଞ୍ଜୟ’, ‘ରାମାୟଣ’ ଏବଂ ‘ମହାରାଜା ରଣଜିତ୍‌ ସିଂ’ ଇତ୍ୟାଦି। କିନ୍ତୁ ସବୁ ଚରିତ୍ର ଠାରୁ ଶିବ ଚରିତ୍ର ତାଙ୍କ ପାଇଁ ସେ ବେଶି ଲୋକପ୍ରିୟ ହୋଇଥିଲେ । ଆଜି ମଧ୍ୟ ଲୋକମାନେ ଅଭିନେତା ସମରଙ୍କୁ ଶିବଙ୍କ ଚରିତ୍ର ପାଇଁ ହିଁ ଜାଣିଛନ୍ତି।

କେବଳ ଟେଲିଭିଜନ ଧାରାବାହିକ ନୁହେଁ, ସେ ଅନେକ ବଲିଉଡ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ଯେପରିକି ‘ଲିଟିଲ୍‌ ୱାର୍‌’, ‘ସୁନ୍ଦରୀ’, ‘ଗଦ୍ଦାର, ଏକ୍‌ ପ୍ରେମ୍‌ କଥା’, ‘ପିଞ୍ଜର୍‌’, ‘ଅବ୍‌ ତୁମ୍‌ହାରେ ହାବାଲେ ୱତନ୍‌ ସାଥିଓ’, ‘ଓର୍‌’, ‘ଏକ୍‌ ଥା ଟାଇଗର୍‌’, ଏବଂ ‘ହିରୋପନ୍ତି’।

ହେଲେ ଜାଣନ୍ତି, ଅଭିନୟକୁ  ଛାଡ଼ିଦେଲେ ସମର ଜଏ ସିଂ ଏବେ କଣ କରୁଛନ୍ତି ?

ସମର ଏବେ ମୁମ୍ବାଇରେ ଅଭିନୟ  କୋଚ୍‌ ଭାବେ କାମ କରୁଛନ୍ତି। ସେ ‘କ୍ରିଏଟିଙ୍ଗ୍‌ କ୍ୟାରେକ୍ଟର୍ସ(Kreating Charakters) ନାମରେ ଏକ ଅଭିନୟ ସ୍କୁଲ୍‌ ଖୋଲିଛନ୍ତି। ମୁମ୍ବାଇ ଆସି ପିଲ୍ମ ବା ଟିଭିରେ ଅଭିନୟରେ କ୍ୟାରିୟର୍‌ କରିବାକୁ ଚାହୁଁଥିବା ପିଲାମାନଙ୍କୁ ସେ ଅଭିନୟ ଶିଖାଉଛନ୍ତି।

ସମର ଆକ୍‌ଟିଙ୍ଗ୍‌ ସ୍କୁଲ୍‌କୁ ୨୦୦୫ରେ ଖୋଲିଥିଲେ। ସେବେଠାରୁ ସେ ସେହିଠାରେ ହିଁ କାମ କରୁଛନ୍ତି। ଏହା ନୁହେଁ ଯେ, ସେ ସେହି ସ୍କୁଲ୍‌ ପାଇଁ ଅଭିନୟ ଛାଡ଼ି ଦେଇଛନ୍ତି। ଏବେ ମଧ୍ୟ ସେ ଅଭିନୟ ଜାରି ରଖିଛନ୍ତି। ସେ ନିକଟରେ ‘ହସିନା ପାରକର୍‌’ ଫିଲ୍ମରେ ଅଭିନୟ କରିଥିଲେ। ଯେଉଁଥିରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଲିଡ୍‌ ରୋଲ୍‌ରେ ଥିଲେ।

 

 



from Odisha Reporter https://ift.tt/2Tt0Fxz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages