
ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଠାରେ ଏକ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁଇ ଆହତ ବାଇକ୍ ଆରୋହୀ। ସେମାନେ ହେଲେ ପର୍ଶୁରାମ ପ୍ରଧାନ ଓ ସଞ୍ଜୟ ସାହୁ।
ପର୍ଶୁରାମଙ୍କ ଘର ତେଲକୋଇ ଥାନା ଅନ୍ତର୍ଗତ ଦେଉଳଡ଼ିହା ଗାଁରେ। ସେହିପରି ସଞ୍ଜୟ ହେଉଛନ୍ତି ଦୁଲ୍ଲଭପୁର ଗାଁର ବାସିନ୍ଦା।
ସଞ୍ଜୟଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ପର୍ଶୁରାମଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଝାରସୁଗୁଡ଼ାରେ ଚାକିରି କରୁଥିବା ସୁଧାଂଶୁ ସାହୁ ତାଙ୍କ କାର ଯୋଗେ କେନ୍ଦୁଝର ଯାଉଥିଲେ। ସେ ତାଙ୍କ ଝିଅର ଜନ୍ମଦିନ ପାଳିବାକୁ ସେଠାକୁ ଯାଉଥିବା ବେଳେ କତରାପାଲି ନିକଟରେ ବିପରୀତ ଦିଗରୁ ବାଇକ୍ରେ ଆସୁଥିବା ପର୍ଶୁରାମ ଓ ସଞ୍ଜୟଙ୍କ ସହ ତାଙ୍କର ଧକ୍କା ହୋଇଥିଲା।
from Odisha Reporter https://ift.tt/2Nzixle
No comments:
Post a Comment