ଏମିତି ଜାଗାରେ ଲ୍ୟାଣ୍ଡ କଲା ଫ୍ଲାଇଟ୍‌ , ଯାତ୍ରୀଙ୍କର ଉଡ଼ିଗଲା ହୋସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

 ଏମିତି ଜାଗାରେ ଲ୍ୟାଣ୍ଡ କଲା ଫ୍ଲାଇଟ୍‌ , ଯାତ୍ରୀଙ୍କର ଉଡ଼ିଗଲା ହୋସ୍‌

ନୂଆଦିଲ୍ଲୀ:  ବିମାନରେ ଯାତ୍ରା ବେଳେ ଆମେ ସାଧାରଣତଃ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ପହଞ୍ଚିବା ଆଶା ନେଇ ବସିଥାଉ। ହେଲେ ଯଦି ଆପଣଙ୍କ ଅଜଣାତରେ   ବିମାନ ଗନ୍ତବ୍ୟ ସ୍ଥଳଠାରୁ  ୮୦୦ କି.ମି ଦୂରରେ ଲାଣ୍ଡ କରିବ । ଏକ ଅପରିଚିତ ଦେଶର ଅପରିଚିତ ସହରରେ ପହଞ୍ଚିବା ପରେ କ’ଣ ହେବ ଆପଣଙ୍କ ଅବସ୍ଥା । ଏହା ନିହାତି ଭାବେ ହୋସ୍‌ ଉଡାଇ ଦେବା ଭଳି ଘଟଣା।

ବ୍ରିଟିଶ୍‌ ଏୟାରୱେଜ୍‌ର ଏକ ଫ୍ଲାଇଟ୍‌ ଲଣ୍ଡନ ଏୟାରପୋର୍ଟରୁ ଉଡ଼ିବା ଆରମ୍ଭ କରିଥିଲା। ଏହାକୁ ଯିବାର ଥିଲା ଜର୍ମାନର ଡସେଲଡର୍ଫ ସହର। ହେଲେ ଭୁଲରେ ଏହା ପହଞ୍ଚିଗଲା ସ୍କଟଲ୍ୟାଣ୍ଡର ଏଡ଼ିନବର୍ଗ ଟାଉନ୍‌ରେ । ଯାହାକି ଗନ୍ତବ୍ୟ ସ୍ଥଳଠାରୁ ଥିଲା ୮୦୦ କି.ମି ଦୂର। ବିମାନ ଲ୍ୟାଣ୍ଡ କରିବା ପରେ ଯେତେବେଳେ ପାଇଲଟ୍‌ ସ୍କଟଲ୍ୟାଣ୍ଡ ସହରରେ ଯାତ୍ରୀଙ୍କ ସ୍ୱାଗତ କରାଗଲା ବୋଲି ଘୋଷଣା କଲେ, ସେତେବେଳେ ଯାତ୍ରୀମାନେ ଏହାକୁ ମଜାକ୍‌ ବୋଲି ଭାବିଥିଲେ। କିନ୍ତୁ ପରେ ଯେତେବେଳେ ସତ ଜାଣିଲେ, ସେମାନଙ୍କ ପାଦ ତଳୁ ମାଟି ଖସିଗଲା। ଏହା ସ୍କଟଲ୍ୟାଣ୍ଡକୁ ସରପ୍ରାଇଜ୍‌ ଭିଜିଟ୍‌ ବୋଲି ଜଣେ ଯାତ୍ରୀ ଟ୍ୱିଟ୍‌ କରି କହିଛନ୍ତି।

ବ୍ରିଟିଶ୍‌ ଏୟାରୱେଜ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟିକରଣ ଅନୁଯାୟୀ, WDL ଏଭିଏଶନ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶକୁ ପାଇଲଟ୍‌ ଫଲୋ କରିଥିଲେ। ଏଥିରେ ତାଙ୍କର କୌଣସି ତ୍ରୁଟି ନାହିଁ। ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ଅଧିକାରୀ ମଧ୍ୟ ଏତେ ବଡ଼ ଗଡ଼ବଡ଼ ସମ୍ପର୍କରେ ସୁରାକ ପାଇପାରିନଥିଲେ।

ସ୍କଟଲ୍ୟାଣ୍ଡରେ ସ୍ୱଳ୍ପ ସମୟ ରହଣି ପରେ ବିମାନରେ ଇନ୍ଧନ ଭରାଗଲା। ଏହାପରେ ବିମାନଟି  ଜର୍ମାନର ଡସେଲଡର୍ଫ ଅଭିମୁଖେ ଯାତ୍ରା ଆରମ୍ଭ କଲା।  ଏଥିନିମନ୍ତେ ବ୍ରିଟିଶ୍‌ ଏୟାରୱେଜ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି।



from Odisha Reporter https://ift.tt/2HVnX9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages