ଫ୍ରିଜ୍‌ରୁ ଦୁର୍ଗନ୍ଧ ଆସୁଛି କି? ଦୂର କରନ୍ତୁ ଏପରି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଫ୍ରିଜ୍‌ରୁ ଦୁର୍ଗନ୍ଧ ଆସୁଛି କି? ଦୂର କରନ୍ତୁ ଏପରି…

ଭୁବନେଶ୍ୱର (ଓଡିଶା ରିପୋର୍ଟର ) : ଆଜିକାଲି ଘରେ ଘରେ ଫ୍ରିଜ୍‌ ବ୍ୟବହାର ହେଉଛି। ସେଥିରେ ମୁଖ୍ୟତଃ ବଳକା ଖାଦ୍ୟ, ପନିପରିବା ଆଦି ନଷ୍ଟ ନ ହେବା ଲାଗି ରଖାଯାଏ। ହେଲେ ବେଳେ ବେଳେ ଫ୍ରିଜ୍‌ ଖୋଲିବା କ୍ଷଣି ସେଥିରୁ ବାହାରୁଥିବା ଦୁର୍ଗନ୍ଧ ଅତିଷ୍ଠ କରିଦିଏ। ଏହା କେଉଁଠୁ ଓ କିପରି ଆସୁଛି ଜଣା ପଡି ନ ଥିବା ବେଳେ ଏଥିରେ ଖାଦ୍ୟ ପଦାର୍ଥ ରଖିବା କେତେ ସୁରକ୍ଷିତ ତାହା ମଧ୍ୟ ମନରେ ଶଙ୍କା ସୃଷ୍ଟି କରେ।
କେତେବେଳେ ଆମ ଅଜାଣତରେ ଫ୍ରିଜ୍‌ରେ ରହି ଯାଉଥିବା ଖାଦ୍ୟ ପଦାର୍ଥ ଶଢ଼ି ଦୁର୍ଗନ୍ଧ ବାହାରିଥାଏ।
ଏପରି କିଛି ଘରୋଇ ଉପାୟ ବିଷୟରେ ଜାଣିବା, ଯାହାଦ୍ୱାରା ଫ୍ରିଜ୍‌କୁ ସଫା ରଖାଯିବା ସହ ଏଥିରୁ ବାହାରୁଥିବା ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ମିଳି ପାରିବ।
୧- ଫ୍ରିଜ୍‌ରୁ ଦୁର୍ଗନ୍ଧ ଦୂର ନିମେନ୍ତ ଖାଇବା ସୋଡ଼ାର ବ୍ୟବହାର ଏକ ଭଲ ଉପାୟ। ଏକ ଛୋଟ ପାତ୍ରରେ ଖାଇବା ସୋଡ଼ା ନେଇ ଫ୍ରିଜ୍‌ରେ ଥୋଇ ଦେଲେ ଖୁବ୍‌ ଶୀଘ୍ର ଦୁର୍ଗନ୍ଧ ଦୂର ହୋଇଯାଏ। ଏହାକୁ ଫ୍ରିଜ୍‌ରେ ସବୁ ଦିନ ମଧ୍ୟ ରଖି ହେବ।


୨- ଫ୍ରିଜ୍‌ରେ କିଛି ପୁଦିନା ପତ୍ର ନ ହେଲେ କମଳା ଚୋପା ରଖିଲେ କିଛି ସମୟରେ ଏହା ଦୁର୍ଗନ୍ଧ ଦୂର କରି ସୁଗନ୍ଧରେ ଭରି ଦିଏ ।୩- ଆପଣ ଚାହିଁଲେ କିଛି କଫି ମଞ୍ଜି ନେଇ ଫ୍ରିଜ୍‌ରେ ରଖି ପାରିବେ। ଏହାଦ୍ୱାରା ଫ୍ରିଜ୍‌ରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହେବା ସହ କଫିର ହାଲ୍‌କା ସୁଗନ୍ଧ ଫ୍ରିଜରେ ଭରି ଯାଏ।

୪- ଏକ ପାତ୍ରରେ କିଛି ପାଣି ରଖି ସେଥିରେ ଲେମ୍ବୁର କିଛି ବୁନ୍ଦା ପକାଇ ମଧ୍ୟ ଫ୍ରିଜ୍‌ରେ ରଖି ହେବ। ନଚେତ ଲେମ୍ବୁର ଏକ ଫାଳକୁ ମଧ୍ୟ ଦୁର୍ଗନ୍ଧ ଦୂର ନିମନ୍ତେ ଫ୍ରିଜ୍‌ରେ ରଖି ହେବ।

୫- ଖବରକାଗଜ ମଧ୍ୟ ଫ୍ରିଜ୍‌ରୁ ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରେ। ଖାଦ୍ୟ ପଦାର୍ଥ ଫ୍ରିଜ୍‌ରେ ଖୋଲା ରଖିଲେ ଏହାର ଦୁର୍ଗନ୍ଧ ବାହାରିଥାଏ। ହେଲେ ତାହାକୁ ଘୋଡାଇ ରଖିଲେ ଆପଣ ଚାହିଁଲେ ସବୁ ଶୁଖିଲା ଖାଦ୍ୟ ପଦାର୍ଥ, ପନିପରିବାକୁ ଖବରକାଗଜରେ ଗୁଡ଼ାଇ ଫ୍ରିଜ୍‌ରେ ରଖିପାରିବେ। ନଚେତ କିଛି ଖବରକାଗଜ ବଣ୍ଡଲ ଆକାରର କରି ଫ୍ରିଜ୍‌ରେ ରଖିଲେ ମଧ୍ୟ ଖୁବ ଶୀଘ୍ର ଦୁର୍ଗନ୍ଧ ଦୂର ହୋଇ ଯିବ।

 

 



from Odisha Reporter https://ift.tt/2TBvIY4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages