ମା’ ଓ ଦୁଇ ଝିଅ କାର୍‌ ସହିତ ଜଳି ଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ମା’ ଓ ଦୁଇ ଝିଅ କାର୍‌ ସହିତ ଜଳି ଗଲେ

car1

ନୂଆଦିଲ୍ଲୀ: ଚଳନ୍ତା କାର୍‌ରେ ନିଆଁ ଲାଗିଗଲା। ଦୁଇ ଜଣ ସୁରକ୍ଷିତ ଭାବେ ବାହାରି ଆସିଲେ। କିନ୍ତୁ ଆଉ ତିନି ଜଣ ରହିଗଲେ। ସେମାନେ କାର୍ ସହିତ ଜଳିଗଲେ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜଧାନୀ ନୂଆଦିଲ୍ଲୀରେ। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଅକ୍ଷରଧାମ ଫ୍ଲାଏଓଭରରେ ଏହି ଘଟଣା ଘଟିଥିଲା।

ମୃତକମାନେ ହେଲେ ରଞ୍ଜନା ମିଶ୍ରା (୩୫) ଓ ତାଙ୍କର ଦୁଇ ଝିଅ- ରିଧି ଓ ନିକ୍କି।

ଏହି ଦୁର୍ଘଟଣରୁ ରଞ୍ଜନାଙ୍କ ସ୍ୱାମୀ ଉପେନ୍ଦ୍ର ମିଶ୍ରା ଓ ତାଙ୍କର ଆଉ ଜଣେ ଝିଅ ଅଳ୍ପକେ ରକ୍ଷା ପାଇଯାଇଥିଲେ।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉପେନ୍ଦ୍ର କାର୍ ଚଲାଉଥିଲେ। ନିଆଁ ଲାଗିବା ମାତ୍ରେ ସେ ଓ ଆଗ ସିଟ୍‌ରେ ବସିଥିବା ତାଙ୍କର ଆଉ ଜଣେ ଝିଅ କାର୍‌ରୁ ଓହ୍ଲାଇ ଯାଇଥିଲେ। ତେବେ ପଛ ସିଟ୍‌ରେ ବସିଥିଲା ରଞ୍ଜନା ଓ ତାଙ୍କର ଅନ୍ୟ ଦୁଇ ଝିଅ ବାହାରି ପାରି ନଥିଲେ। ସେମାନେ କାର୍ ସହିତ ଜଳି ଯାଇଥିଲେ। ସେମାନେ ଏମିତି ଜଳି ଯାଇଛନ୍ତି ଯେ ଆଉ ସେମାନଙ୍କୁ ଚିହ୍ନି ହେଉନି।

ସିଏନ୍‌ଜି (କମ୍ପ୍ରେସ୍‌ଡ ନ୍ୟାଚୁରାଲ୍ ଗ୍ୟାସ୍‌)ରେ ଏହି କାର୍ ଚାଲୁଥିଲା। ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି। ତେବେ ଏନେଇ କିଛି ସ୍ପଷ୍ଟ ହୋଇନି।

ପୂର୍ବ ଦିଲ୍ଲୀର ଡିସିପି ଯଶମୀତ ସିଂହ କହିଛନ୍ତି, ଆମେ ଏ ଘଟଣାରେ ଆହୁରି ଅଧିକ ତଦନ୍ତ କରିବୁ। ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହରାଇଥିବା ଉପେନ୍ଦ୍ରଙ୍କୁ ଗଭୀର ମାନସିକ ଧକ୍କା ଲାଗିଛି।

ଉପେନ୍ଦ୍ର କହିଛନ୍ତି, କାର୍‌ରେ କେମିତି ନିଆଁ ଲାଗିଲା ସେ ଜାଣିପାରୁ ନାହାନ୍ତି।



from Odisha Reporter https://ift.tt/2TrIpWm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages