
ନୂଆଦିଲ୍ଲୀ: ଗୁଜରାଟ ଗାନ୍ଧିନଗର ଆସନରୁ ଆଡଭାନୀଙ୍କ ସ୍ଥାନରେ ଅମିତ ଶାହଙ୍କୁ ବିଜେପି ଟିକେଟ ଦେବାର ଦୁଇ ଦିନ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଆଡଭାନୀ ଗାନ୍ଧିନଗର ନିର୍ବାଚନ ବାରମ୍ବାର ଜିତିବା ପଛରେ ଅମିତ ଶାହଙ୍କ ଯୋଗଦାନ ରହିଛି। ୧୯୯୧ ପରେ ୧୯୯୮ରୁ ଲଗାତର ଲାଲକୃଷ୍ଣ ଆଡ଼ଭାନୀ ଗାନ୍ଧିନଗରରୁ ନିର୍ବାଚିତ ହୋଇଆସୁଥିଲେ। ଏହି ଆସନ ପାଇଁ ଅମିତ ଶାହ ପ୍ରଭାରୀ ଥିବାରୁ ଆଡ଼ଭାନୀ ଜିତୁଥିଲେ ବୋଲି ଜାଭଡେକର କହିଛନ୍ତି।
ତେବେ ଏହାକୁ ନେଇ ଏନଡ଼ିଏର ସହଯୋଗୀ ଦଳ ଶିବସେନା ମଧ୍ୟ ନିଜର ଖବରକାଗଜ ‘ସାମ୍ନା’ ଜରିଆରେ ନିଜ ମତ ରଖିଛି। କହିଛି ଲାଲକୃଷ୍ଣ ଆଡଭାନୀ ବିଜେପିର ଭୀଷ୍ମପିତାମହ। ତାଙ୍କୁ ବିଜେପି ଟିକେଟ ନଦେବା ଅର୍ଥ ଜୋରଜବରଦସ୍ତି ତାଙ୍କୁ ଅବସର ଗ୍ରହଣ ପାଇଁ ବାଧ୍ୟ କରାଇବା। ବାଜପେୟୀ ଓ ଆଡ଼ଭାନୀଙ୍କ ଯୁଗ ଶେଷ ହେଲା ବୋଲି ଶିବସେନା କହିଛି।
ସୂଚନାଯୋଗ୍ୟ, ବିଜେପି ନିକଟରେ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିଛି ଯେଉଁଥିରେ ଗାନ୍ଧିନଗର ଆସନରୁ ଆଡ଼ଭାନୀଙ୍କ ଟିକେଟ କାଟି ଅମିତ ଶାହଙ୍କୁ ଦେଇଛି।
from Odisha Reporter https://ift.tt/2WijKQS
No comments:
Post a Comment