ଆପଣ ଅଧିକା ଢକାର ମାରୁଛନ୍ତି କି? ପଡ଼ିପାରନ୍ତି ଏହି ସବୁ ସମସ୍ୟାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଆପଣ ଅଧିକା ଢକାର ମାରୁଛନ୍ତି କି? ପଡ଼ିପାରନ୍ତି ଏହି ସବୁ ସମସ୍ୟାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଇବା ପରେ ଲୋକମାନେ ଯେତେବେଳେ ଢକାର ନେଇଥାନ୍ତି, ସେତେବେଳେ କୁହନ୍ତି ଯେ, ଖାଇବା ବହୁତ ଭଲ ହୋଇଥିଲା,  ଆଉ ଏହା ଶୀଘ୍ର ହଜମ ହୋଇଯିବ। ଢକାର ମଧ୍ୟ ପାଚନ ସହ ଜଡ଼ିତ ଏହା ସାଧାରଣ କ୍ରୀୟା, ଯାହା ଖାଇ ସାରିବା ପରେ ଆସିଥାଏ। କିନ୍ତୁ ଆପଣ ଯଦି ଦରକାରଠାରୁ ଅଧିକା ଢକାର ମାରୁଛନ୍ତି ତାହାଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ।

ଅଧିକ ଢକାର ନେଲେ ଆପଣ ଜାଣିବେ ଯେ, ଅଧିକ ପବନ ଆପଣଙ୍କ ପେଟକୁ ଚାଲିଯାଇଛି। ଆଉ ସେହି ପବନ ଯଦି ଆପଣଙ୍କ ପେଟରୁ ନ ବାହାରେ ତାହାଲେ ଆପଣ ଅନେକ ସମସ୍ୟାରେ ପଡ଼ିପାରନ୍ତି। ତେବେ ଆପଣ ଯଦି ଅଧିକା ଢକାର ମାରୁଛନ୍ତି ତାହାଲେ ପଢ଼ନ୍ତୁ ଏହା ଆପଣଙ୍କୁ କ’ଣ କ୍ଷତି ପହଞ୍ଚାଇପାରେ।

 

  •  ଆପଣ ଯଦି ଅଧିକ ଢକାର ମାରୁଛନ୍ତି  ତାହାଲେ ଅଲ୍‌ସର୍‌, ଗ୍ୟାସ୍‌ କବଜ୍‌ ଜନିତ ସମସ୍ୟାରେ ପଡ଼ି ପାରନ୍ତି ।
  • ଏଥିପ୍ରତି ଆମେ ଏତେ ଧ୍ୟାନ ଦେଇ ନଥାଉ। କିନ୍ତୁ ଆମେ ଖାଇବା ସମୟରେ ଅଧିକ ପବନ ମଧ୍ୟ ପେଟ ଭିତରକୁ ନେଇଯାଇଥାଉ। ଯାହା ଢକାର ହୋଇ ବାହାରକୁ ଆସେ। ତେଣୁ ଏଥିରୁ ବଞ୍ଚିବା ପାଇଁ ଆପଣ ଖାଦ୍ୟ ଖାଇବା ବେଳେ ଅଧିକ ସମୟ ବସି ଧିରେ ଧିରେ ଚୋବାଇ ଖାଆନ୍ତୁ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିବ।

  • ଆମେ ଯେତେବେଳେ ବାହାର ଖାଦ୍ୟ ବା ଜଙ୍କ୍‌ ଫୁଡ୍‌ ଇତ୍ୟାଦି ଖାଇଥାଉ ସେତେବେଳେ ପେଟରେ ଗ୍ୟାସ୍‌ ହୋଇଥାଏ। ଆଉ ତା ପରେ ଢକାର ଆସିବ ଆରମ୍ଭ ହୁଏ। ଏଥିପାଇଁ ୩୦ ପ୍ରତିଶତ ଲୋକ କବ୍ଜ ଜନିତ ସମସ୍ୟାରେ ପଡ଼ିଥାନ୍ତି। ତେଣୁ ଆପଣ ବାହାର ଖାଦ୍ୟ ବା ଜଙ୍କ ଫୁଡ୍‌ ଖାଇବାରୁ ନିଜକୁ ଦୂରେଇ ରଖିବା ଭଲ।  ଖାଦ୍ୟରେ ଫାଇବର୍‌ର ମାତ୍ରା ବଢ଼ିଲେ ତାହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ।
  • ଅଧିକା ଢକାର ପେଟରେ ଗ୍ୟାସ୍‌ ତ କରେ। ଆହୁରି ମଧ୍ୟ ଏହା ପେଟ ଦରଜ, ଅଣ୍ଟା ଦରଜ ଭଳି ସମସ୍ୟା ମଧ୍ୟ ଉପୁଜାଇ ପାରେ। ତେଣୁ ଆପଣଙ୍କର ଯଦି ଅଧିକା ଢକାର ଆସୁଛି ତାହାଲେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

  •  ଅଧିକ ସୋଢ଼ାଜାତୀୟ ପାନୀୟ ପିଇଲେ ମଧ୍ୟ ଢକାର ଆସିଥାଏ। ତେବେ ଏହାର ମାତ୍ରା କମ୍‌ କଲେ ଭଲ।
  • ଯଦି ଆପଣ ନିୟମିତ ଔଷଧ ଖାଉଛନ୍ତି ତାହାଲେ, ଆପଣଙ୍କ ଢକାରର କାରଣ ସେହି ମେଡିସିନ୍‌ ମଧ୍ୟ ହୋଇପାରେ। ତେଣୁ ଆପଣଙ୍କୁ ଯଦି ଏହା ଲାଗୁଛି, ତାଲେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ
  • ଅଧିକ ଢକାର ଆସିବା ପଛରେ ଆଲର୍ଜି ମଧ୍ୟ ହୋଇପାରେ, ତେଣୁ ଆପଣ ଯଦି କୌଣସି ଖାଦ୍ୟ ଖାଇବା ପରେ ଆଲର୍ଜି ହେଉଥିବା ଜଣାପଡ଼ୁଛି ତାହାଲେ ଆପଣ ସେହି ଖାଦ୍ୟ ନ ଖାଇବା ଭଲ।

ଏହାକୁ ରୋକିବା ଉପାୟ

ଆପଣ ଗୋଟେ କପ୍‌ ପାଣିରେ ଅଦା ପକାଇ ଫୁଟାନ୍ତୁ। ତା’ ପରେ ସେହି ପାଣିକୁ ଛାଣି ସେଥିରେ ଲେମ୍ବୁ ରସ ଏବଂ ମହୁ ପକାଇ ପିଅନ୍ତୁ। ଏହି ପରି ଦିନରେ ୨ରୁ ୩ ଥର କଲେ ଆପଣଙ୍କ ଅଧିକ ଢକାର ଆସିବା କମ୍‌ ହୋଇଯିବ।

ପୁଦିନା ମଧ୍ୟ ଏହି ସମସ୍ୟାକୁ ଦୂର କରିପାରେ। ଆପଣ ଶୁଖିଲା ପୁଦିନା ପତ୍ରକୁ ଗରମ ପାଣିରେ ଭିଜାଇ ଚଖନ୍ତୁ। ତା ପରେ ସେହି ପାଣିକୁ ଛାଣି ଦିନରେ ୨ରୁ ୩ ଥର ପିଅନ୍ତୁ। ଏହା ଆପଣଙ୍କୁ ଅଧିକ ଢକାର ଆସିବ। ଏହାଦ୍ୱାରା ଢକାର ସମସ୍ୟାରୁ ଉପଶମ ପାଇପାରିବେ।



from Odisha Reporter https://ift.tt/2Hxhbax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages