
ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ବୋରଦାମାମିଡି ଜଙ୍ଗଲରେ ନକ୍ସଲ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଦୁଇଟି ଦେଶୀବନ୍ଧୁକ ଜବତ କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ ପୁଲିସ୍ର ଗ୍ରେହାଉଣ୍ଡ୍ ଯବାନ ଓ ସିଆର୍ପିଏଫ୍ ଯବାନଙ୍କ ମିଳିତ ଭାବେ ବୋରଦାମାମିଡି ଜଙ୍ଗଲରେ କମ୍ବିଂ ଅପରସେନ୍ କରୁଥିଲେ। ଏହି ସମୟରେ ପ୍ରାୟ ୨୦ ନକ୍ସଲ ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ସୁରକ୍ଷା କର୍ମୀମାନେ ଏହା ପାଲଟା ଜବାବ ଦେଇଥିଲେ।
ନକ୍ସଲ ନେତା ସୁଧୀର ନେତୃତ୍ୱରେ ଏହି ଆକ୍ରମଣ ହୋଇଥିବା ବିଶାଖାପାଟଣା ପୁଲିସ୍ ସୂଚନା ଦେଇଛି।
from Odisha Reporter https://ift.tt/2W2bGUf
No comments:
Post a Comment