ପ୍ରମୋଦ ସାୱନ୍ତ:ଆୟୁର୍ବେଦିକ ଡାକ୍ତରରୁ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ପ୍ରମୋଦ ସାୱନ୍ତ:ଆୟୁର୍ବେଦିକ ଡାକ୍ତରରୁ ମୁଖ୍ୟମନ୍ତ୍ରୀ

ପାଣାଜୀ: ଯୁବ ବିଜେପି ନେତା ତଥା ଗୋଆର ପୂର୍ବତନ ବାଚସ୍ପତି ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଛନ୍ତି। ତାଙ୍କ ମାର୍ଗଦର୍ଶକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପରି ସେ ମଧ୍ୟ ମନ୍ତ୍ରୀ ନହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୦୦ ମସିହାରେ ପାରିକରଙ୍କୁ ଏହି ସୌଭାଗ୍ୟ ପ୍ରାପ୍ତି ହୋଇଥିଲା।

ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ସେ ଆୟୁର୍ବେଦିକ ଡାକ୍ତର ଥିଲେ। ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଥିବା ଗଙ୍ଗା ଆୟୁର୍ବେଦିକ ମେଡିକାଲ କଲେଜରୁ ଆୟୁବେର୍ଦିକ ଭେଷଜରେ ସେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ତିଲକ ମହାରାଷ୍ଟ୍ର ବିଦ୍ୟାପୀଠରୁ ସାମଜିକ କଲ୍ୟାଣରେ ସେ ସ୍ନାତକ କରିଛନ୍ତି।

ସାୱନ୍ତ ୨୦୧୨ ଏବଂ ୨୦୧୭ ମସିହାରେ ଦୁଇଥର ଗୋଆର ସାଙ୍କଲିମ୍‌ ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ୨୦୧୭ରୁ ଗୋଆ ବାଚସ୍ପତି ଦାୟିତ୍ୱ ତୁଲାଇ ଆସୁଛନ୍ତି।

ସେ ବିଜେପିର ଯୁବମୋର୍ଚ୍ଚା ସହିତ ବହୁଦିନ ଧରି ଜଡ଼ିତ ରହି ଆସିଛନ୍ତି। ପାରିକରଙ୍କ ସହିତ ଘନିଷ୍ଠ ଯୁବନେତାଙ୍କ ମଧ୍ୟରେ ସେ ଅନ୍ୟତମ। ଗୋଆ ବିଜେପିର ଜଣେ ମୁଖପାତ୍ର ଦତ୍ତାପ୍ରସାଦ ନାଏକଙ୍କ କହିବା ଅନୁଯାୟୀ, ପୂର୍ବରୁ ଗୋଆ ବିଜେୱାଇଏମ୍‌ ସଭାପତି ଥିବା ସାୱନ୍ତ ନମ୍ର ଏବଂ ଭଦ୍ର ସ୍ୱଭାବର। କିନ୍ତୁ ତାଙ୍କୁ ମନୋହର ପାରିକରଙ୍କ ବୃହତ୍‌ ବ୍ୟକ୍ତିତ୍ୱ ସହିତ ତୁଳନା ନକରି ତାଙ୍କୁ କାମ କରିବା ପାଇଁ ସମୟ ଦିଅନ୍ତୁ।

ସାୱନ୍ତଙ୍କ ପତ୍ନୀ ବର୍ତ୍ତମାନ ବିଜେପି ମହିଳା ମୋର୍ଚ୍ଚର ଗୋଆ ସଭାପତି ଅଛନ୍ତି। ସାୱନ୍ତ ଜଣେ ଆରଏସ୍‌ଏସ୍‌ର ସ୍ୱୟଂସେବକ ଏବଂ ତାଙ୍କ ନିର୍ବାଚନ ମଣ୍ଡଳୀ ସାଙ୍କଲିନ୍‌ ଖଣିବହୁଳ ଉତ୍ତର ଗୋଆ ଅଞ୍ଚଳ ଅନ୍ତର୍ଗତ। ଗତ ବର୍ଷ ସୁପ୍ରିମ୍‌କୋର୍ଟ ଏହି ଅଞ୍ଚଳରେ ଖଣି ଛତ୍ତୋଳନ ବନ୍ଦ ରଖିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାର ଏସବୁକୁ ପୁନଃକାର୍ଯ୍ୟକ୍ଷମ କରିବାରେ ବିଫଳ ହୋଇଥିଲେ। ତେଣୁ ଏଠାରେ ଜନ ଆକ୍ରୋଶ ସୃଷ୍ଟି ହୋଇଥିବରୁ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲୋକସଭା ନିର୍ବାଚନ ଏବଂ ବିଧାନସଭା ଉପନିର୍ବାଚନରେ ମଧ୍ୟ ଦଳକୁ ଫାଇଦା ଦେବ।



from Odisha Reporter https://ift.tt/2FbHRtM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages