ମାସୁଦ ଆଝାରକୁ ନେଇ ଚାଇନା ଆମେରିକା ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ମାସୁଦ ଆଝାରକୁ ନେଇ ଚାଇନା ଆମେରିକା ମୁହାଁମୁହିଁ

ୱାଶିଂଟନ୍‌: ମାସୁଦ ଆଝାର ପ୍ରସଙ୍ଗକୁ ନେଇ ଆମେରିକା ଚାଇନା ଏବେ ମୁହାଁମୁହିଁ ହୋଇଛନ୍ତି। ମାସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ଚାହୁଁଥିବା ବେଳେ ଚାଇନା ଏହାକୁ ପୁଣିଥରେ ବିରୋଧ କରିବ ବୋଲି ସଙ୍କେତ ଦେଇଛି।

ଚାଇନାର ଏଭଳି ଆଭିମୁଖ୍ୟକୁ ଆମେରିକାର ସଚିବ ମାଇକ୍‌ ପୋମ୍ପେଓ ତୀବ୍ର ବିରୋଧ କରିଛନ୍ତି। ଏଥିସହ ସେ ଚୀନ୍‌କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଚାଇନା ମାସୁଦ ପ୍ରସଙ୍ଗରେ ଲଜ୍ଜାଜନକ ଭାବେ ଦୋମୁହାଁ ନୀତି ପ୍ରଦର୍ଶନ କରୁଛି। ଯାହା ଆଦୌ ଗ୍ରହଣୀୟ ନୁହେଁ। ଆତଙ୍କବାଦ ପ୍ରସଙ୍ଗରେ ଚାଇନା ସକାରାତ୍ମକ ଆଚରଣ ପ୍ରଦର୍ଶନ କରିବା ଉଚିତ ବୋଲି ପୋମ୍ପେଓ କହିଛନ୍ତି।

ମୁସଲିମ୍‌ ସଂପ୍ରଦାୟଙ୍କ ପ୍ରତି ଚାଇନାର ଦୋମୁହାଁନୀତିକୁ ସମାଲୋଚନା କରି ପୋମ୍ପେଓ କହିଛନ୍ତି, “ ମୁଁ ଚାଇନା ଦ୍ୱାରା ବନ୍ଦୀ ହୋଇ ଖଲାସ୍‌ ହୋଇଥିବା ଜଣେ ଉଇଗୁର ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଭେଟିଥିଲି। ବନ୍ଦୀ ଥିବା ବେଳେ ଚାଇନା ତାଙ୍କୁ କେଉଁଭଳି ନିର୍ଯାତନା ଦେଉଥିଲା, ସେକଥା ସେ କହିଥିଲେ। ଏବେ ଚୀନ୍‌ ବେଆଇନ୍‌ ଭାବେ ବନ୍ଦୀ କରି ରଖିଥିବା ଉଇଗୁର ସଂପ୍ରଦାୟର ଲୋକଙ୍କୁ ଛାଡ଼ିବା ଦରକାର। ମୁସଲିମ୍‌ମାନଙ୍କ ପ୍ରତି ଚାଇନାର ଲଜ୍ଜାଜନକ ଦୋମୁହାଁ ନୀତିକୁ ବିଶ୍ୱ ଆଦୌ ଗ୍ରହଣ କରିବ ନାହିଁ।

ଯେଉଁ ଚାଇନା ନିଜ ଦେଶରେ ୧ ମିଲିୟନରୁ ଅଧିକ ମୁସଲିମ୍‌ମାନଙ୍କୁ ନିର୍ଯାତନା ଦେଉଛି, ସେହି ଚାଇନା ଇସଲାମ ଧର୍ମ ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବା ଆତଙ୍କୀମାନଙ୍କୁ ସୁରକ୍ଷା ଯୋଗାଉଛି। ଏଭଳି ଆତଙ୍କୀ ମାନଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ଜାତିସଂଘରେ ଆଗତ ପ୍ରସ୍ତାବକୁ ମଧ୍ୟ ଚାଇନା ବିରୋଧ କରୁଛି। ଚାଇନା ଏଭଳି ଆଭିମୁଖ୍ୟକୁ ବଦଳାଇବା ଦରକାର। ଆମେ ଏଦିଗରେ ଚାଇନା ସହ ମଧ୍ୟ କଥା ହେବୁ।



from Odisha Reporter https://ift.tt/2CHtvkh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages