
ଆସ୍କା (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି। ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ରଣକୌଶଳ ମଧ୍ୟ ପ୍ରସ୍ତୁତ କରିସାରିଲେଣି। ହେଲେ ଭୋଟରମାନେ ସେମାନଙ୍କର ଅସନ୍ତୋଷ ଜାହିର କରିଛନ୍ତି। ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ରାଜନେତାମାନେ ସେମାନଙ୍କୁ ଠକିବା ସହ ପ୍ରତିଶ୍ରୁତି ପାଳନ କରିନଥିବାରୁ ଅନେକ ସ୍ଥାନରେ ଭୋଟରମାନେ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି।
ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚଳ ମଣ୍ଡଳୀ ପାଣ୍ଡିରିପଡ଼ା ପଞ୍ଚାୟତର ଲୋକମାନେ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ପାଣ୍ଡିରିପଡ଼ା ପଞ୍ଚାୟତର ୭ ଖଣ୍ଡ ଗାଁର ୭ ଶହରୁ ଅଧିକ ଆଦିବାସୀ ମହିଳା ଓ ପୁରୁଷ ଏକାଠି ହୋଇ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି।
ବହୁ ଦିନ ଧରି ଗମନାଗମନ ପାଇଁ ରାସ୍ତା ସୁବିଧା ନଥିବା ଏବଂ ପାନୀୟ ଜଳ ଅଭାବ ଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ଗ୍ରାମବାସୀ କହିଛନ୍ତି। ବାରମ୍ବାର ପ୍ରତିଶ୍ରୁତି ମିଳିବା ପରେ ମଧ୍ୟ ସମସ୍ୟାର ସମାଧନ ହେଉନଥିବାରୁ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ୍ ଦେବେ ନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।
ଆହୁରି ମଧ୍ୟ ପଢ଼ନ୍ତୁ: ଫମ୍ପା ପ୍ରତିଶ୍ରୁତି: କେଉଁଠି ଭୋଟ ବର୍ଜନ ତ ଆଉ କେଉଁଠି ନୋଟା
from Odisha Reporter https://ift.tt/2Y28Ss4
No comments:
Post a Comment