
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତିତାର ଅନ୍ତ ଘଟିବାର ସୂଚନା ମିଳିଛି। ଦୁଇ ଦେଶ ମଧ୍ୟରା ଗଡ଼ୁଥିବା ବନ୍ଧୁତର ଟ୍ରେନ୍ ସମଝୌତା ଏକ୍ସପ୍ରେସ ପୁଣିଥରେ ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ହେବ।
ଆସନ୍ତାକାଲି ନୂଆଦିଲ୍ଲୀରୁ ସମଝୌତା ଏକ୍ସପ୍ରେସ ପାକିସ୍ତାନ ଯିବ ବୋଲି ଆଜି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନରୁ ମଧ୍ୟ ସମଝୌତା ଏକ୍ସପ୍ରେସ ପୂର୍ବଭଳି ଭାରତ ଆସିବ ବୋଲି ମଧ୍ୟ ଜଣାପଡ଼ିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତି ସୃଷ୍ଟି ହେବାରୁ ଗୁରୁବାର ସମଝୌତା ଏକ୍ସପ୍ରେସକୁ ଉଭୟ ଦେଶ ବନ୍ଦ କରି ଦେଇଥିଲେ।
ପାକିସ୍ତାନ ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଛାଡ଼ିବା ପରେ ଉଭୟ ଦେଶ ମିଳିତ ଭାବେ ଟ୍ରେନ୍ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଆସନ୍ତାକାଲି ଭାରତରୁ ହିଁ ପାକିସ୍ତାନକୁ ଟ୍ରେନ୍ ଯିବ। ଏହାପରେ ସୋମବାର ସମଝୌତା ଏକ୍ସପ୍ରେସ ଲାହୋରରୁ ଭାରତ ଆସିବ। ଭାରତର ସମଝୌତା ଏକ୍ସପ୍ରେସ ଦିଲ୍ଲୀରୁ ଅଟ୍ଟାରି ଯାଉଥିବା ବେଳେ ପାକିସ୍ତାନ ପଟୁ ଏହା ଲାହୋରରୁ ୱାଘା ଆସିଥାଏ।
from Odisha Reporter https://ift.tt/2TqS6n0
No comments:
Post a Comment