
ଆବଶ୍ୟକ ସାମଗ୍ରୀ: ଚିକେନ, କୋରା ନଡ଼ିଆ, କଟା ଅଦା-ରସୁଣ, ସୋରିଷ, ଶୁଖିଲା ଲଙ୍କା, ଜିରା, ଗୋଲମରିଚ, ଲବଙ୍ଗ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ତେନ୍ତୁଳି ରସ, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆ କୋରାକୁ ଗ୍ରାଇଣ୍ଡିଂ କରି ଏହାକୁ ଏକ କପଡ଼ାରେ ରଖି ଚିପୁଡ଼ି ଦେଇ ରସ ବାହାର କରି ଅଲଗା ରଖନ୍ତୁ। ଆଉ କିଛି ନଡ଼ିଆ କୋରାକୁ ଭାଜି ଅଲଗା ରଖନ୍ତୁ। ଏବେ କଟା ଅଦା, ରସୁଣ, ଭଜା ନଡ଼ିଆ କୋରା, ତେନ୍ତୁଳି ଓ ପିଆଜକୁ ଅଧେ ନଡ଼ିଆ ରସ ସହିତ ମିଶାଇ ବାଟି ଦିଅନ୍ତୁ।
ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ଶୁଖିଲା ଲଙ୍କା, ସୋରିଷ, ମେଥି, ଡ଼ାଲଚିନି, ଜିରା, ଗୋଲ ମରିଚ, ଲବଙ୍ଗ ଓ ହଳଦି ଗୁଣ୍ଡ ପକାଇ ଭଲ କରି ଭାଜନ୍ତୁ। ଏହାପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ନାଲି ହୋଇ ଆସିଲେ ବଟା ମସଲା, ଲଙ୍କାଗୁଣ୍ଡ, ଧଣିଆ ଗୁଣ୍ଡ ପକାଇ କଷନ୍ତୁ। ମସଲା ଭଲ କରି କଷି ହୋଇ ଗଲେ ସେଥିରେ ଚିକେନ୍ ଓ ଅଳ୍ପ ଲୁଣ ପକାଇ କଷନ୍ତୁ। ଚିକେନ୍ କଷି ହୋଇ ଗଲେ ବାକି ରହିଥିବା ନଡ଼ିଆ ରସ ପକାଇ ଅଳ୍ପ ସମୟ କଷନ୍ତୁ। ଏବେ ପାଣି ଦେଇ କଡ଼େଇକୁ ଘୋଡ଼ାଇ ଦେଇ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ୍ ସିଝିଗଲେ ଏହାକୁ ଚୁଲିରୁ ତଳକୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଚିକେନ୍ ୱିଥ୍ କୋକୋନଟ୍ ଗ୍ରେଭି’।
from Odisha Reporter https://ift.tt/2Hcp9F5
No comments:
Post a Comment