ସିଆରପିଏଫ୍ କନଭୟ ନିକଟରେ ପୁଣି କାର୍‌ ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ସିଆରପିଏଫ୍ କନଭୟ ନିକଟରେ ପୁଣି କାର୍‌ ବିସ୍ଫୋରଣ

ଶ୍ରୀନଗର: ପୁଲୱାମା ଆତ୍ମଘାତୀ ହମ୍‌ଲା କଥା ମନରୁ ଲଭି ନଥିବା ବେଳେ ଆଜି ଜମ୍ମୁ-କଶ୍ମୀରରେ ପୁଣିଥରେ ସୁରକ୍ଷାକର୍ମୀଙ୍କ କନଭୟ ନିକଟରେ କାର ବିସ୍ଫୋରଣ ହୋଇଛି। ଅବଶ୍ୟ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲେ ହେଁ ବିସ୍ଫୋରଣ ପରେ କାରଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ସେହିପରି ବିସ୍ଫୋରଣ ସମୟରେ ସେହି ରାସ୍ତା ଦେଇ ଯାଉଥିବା ସିଆରପିଏଫ୍‌ ୫୪ ବାଟାଲିୟନ୍‌ର ଏକ ବସ୍‌ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ପୁଲୱାମା ହମ୍‌ଲା ପରେ କୌଣସି ଘରୋଇ ବସ୍‌ କିମ୍ବା କାର ସୁରକ୍ଷାକର୍ମୀଙ୍କ କନଭୟ ଯାଉଥିବା ବେଳେ ସେମାନଙ୍କ ନିକଟକୁ ଯାଇ ପାରିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ତଥାପି ଆଜିର ବିସ୍ଫୋରଣ ସୁରକ୍ଷା ବ୍ୟବସ୍ଥାର ଢିଲା ପଣିଆକୁ ପଦାରେ ପକାଇଛି।

ଆଜି ସକାଳେ ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲା ବନିହାଲ୍‌ ଜାତୀୟ ରାଜପଥ ଦେଇ ଏକ କାର୍‌ ଅତିକ୍ରମ କରୁଥିଲା। ସେହିରାସ୍ତାରେ ସୁରକ୍ଷାକର୍ମୀଙ୍କ କନଭୟ ମଧ୍ୟ ଯାଉଥିଲା। ତେବେ ହଠାତ୍‌ କନଭୟ ନିକଟରେ କାର୍‌ଟି ପହଞ୍ଚିବା ପରେ ଏଥିରେ ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାର୍‌ଟି ସଂପୂର୍ଣ୍ଣ ରୂପେ ଚୂରମାର ହୋଇଯାଇଛି। କିନ୍ତୁ ଏହା ମଧ୍ୟରେ ଥିବା ଡ୍ରାଇଭର ଜଣଙ୍କ ସୁରକ୍ଷିତ ଭାବେ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ। ସେହିପରି ଯବାନମାନେ ଥିବା ବସ୍‌ର ପଛ ଭାଗଟି ବିସ୍ଫୋରଣ ଯୋଗୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, କାର୍‌ରେ ଥିବା ସିଲଣ୍ଡର ଯୋଗୁ ଏଭଳି ବିସ୍ଫୋରଣ ଘଟିଥିବା କୁହାଯାଉଛି। ହେଲେ ବିସ୍ଫୋରଣ କାରଣ ସମ୍ପର୍କରେ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ବିଶେଷଜ୍ଞ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି।

ଫେବୃଆରୀ ୧୪ରେ ସେନା କନ୍‌ଭୟକୁ ଟାର୍ଗେଟ କରି କାର୍‌ ବିସ୍ଫୋରଣ କରାଯାଇଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ।



from Odisha Reporter https://ift.tt/2FNNHmN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages