
ମୁମ୍ବାଇ: ବଲିଉଡ୍ର ସବୁଠୁ ବଡ଼ ପ୍ରତିଷ୍ଠିତ ଆୱର୍ଡ଼ ‘ଫିଲ୍ମ ଫେୟାର ଆୱର୍ଡ଼-୨୦୧୯’ ଗତକାଲି ମୁମ୍ବାଇର ଜିଓ ଗାର୍ଡ଼େନ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହା ଫିଲ୍ମଫେୟାର୍ର ୬୪ତମ ସଂସ୍କରଣ। ଚଳିତ ବର୍ଷ ଏହି ଆୱାର୍ଡ଼ ନାଇଟ୍କୁ କିଙ୍ଗ ଖାନ୍ଙ୍କ ସହ ୟଙ୍ଗ ଟ୍ୟାଲେଣ୍ଟେଡ୍ ଆକ୍ଟର ଭିକି କୌଶାଲ୍ ଓ ରାଜ କୁମାର ରାଓ ହୋଷ୍ଟ କରିଛିନ୍ତି। ବଲିଉଡର ଅନେକ ନାମୀ ଦାମୀ କଳାକାର ଏଥିରେ ସାମିଲ ହୋଇଛନ୍ତି। ଅନେକ କଳାକାର ଏଥର ଷ୍ଟେଜ୍ରେ ଦମଦାର ଡାନ୍ସ ମଧ୍ୟ କରିଛନ୍ତି। ତେବେ ଫିଲ୍ମ ଫେୟାର୍ରେ କିଏ କେଉଁ କାଟାଗୋରିରେ ଆୱର୍ଡ଼ ଜିତିଲେ ଆସନ୍ତୁ ଜାଣିବା।
#RanbirKapoor and @RanveerOfficial hug it out at the #VimalFilmfareAwards 2019. #VimalElaichi pic.twitter.com/rquFKi2sG8
— Filmfare (@filmfare) March 23, 2019
ଚଳିତ ବର୍ଷ ଫିଲ୍ମଫେୟାର୍ର ଶ୍ରେଷ୍ଠ ଅଭିନେତାର ସମ୍ମାନ ରଣବୀର କପୁରଙ୍କୁ ମିଳିଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଆଲିଆ ଭଟ୍ଟ ପାଇଛନ୍ତି। ରଣବୀର କପୁରଙ୍କୁ ଏହି ଆୱର୍ଡ଼ ଫିଲ୍ମ ‘ସଞ୍ଜୁ’ରେ ତାଙ୍କର ନିଆରା ଅଭିନୟ ପାଇଁ ମିଳିଛି। ସେହିପରି ଫିଲ୍ମ ‘ରାଜି’ରେ ଆଲିଆ ଭଟ୍ଟଙ୍କ ଦମ୍ଦାର୍ ଅଭିନୟ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ଼ ଆଣିଦେଇଛି। କେବଳ ଏତିକି ନୁହେଁ ଆଲିଆଙ୍କ ଫିଲ୍ମ ‘ରାଜି’କୁ ବେଷ୍ଟ ଫିଲ୍ମ ଆୱାର୍ଡ଼(ପପୁଲାର) ମଧ୍ୟ ମିଳିଛି। ଏହି ଫିଲ୍ମର ଗୀତ ‘ଏ ୱତନ୍’ପାଇଁ ଗୁଲଜାର୍ଙ୍କୁ ବେଷ୍ଟ ଲିରିକ୍ସ ଓ ଅରିଜିତ୍ ସିଂହଙ୍କୁ ବେଷ୍ଟ ସିଙ୍ଗର ଆୱାର୍ଡ଼ ମିଳିଛି। ଏହା ବ୍ୟତୀତ ମେଘନା ଗୁଲଜାର୍ଙ୍କୁ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ମିଳିଛି।
The gorgeous @aliaa08 talks about her favourite Filmfare memory and her top picks from last year at the #VimalFilmfareAwards. #VimalElaichi pic.twitter.com/lrbZSYV67Q
— Filmfare (@filmfare) March 23, 2019
ବେଷ୍ଟ ଆକ୍ଟର କ୍ରିଟିକ୍ସର ଆୱାର୍ଡ଼ ରଣବୀର ସିଂହ(ପଦ୍ମାବତ୍) ଓ ଆୟୁଷ୍ମାନ୍ ଖୁରାନା (ଅନ୍ଧାଧୁନ୍)ଙ୍କୁ ମିଳିଥିବାବେଳେ ନୀନା ଗୁପ୍ତାଙ୍କୁ ଫିଲ୍ମ ‘ବଧାଇ ହୋ’ ପାଇଁ ବେଷ୍ଟ ଆକ୍ଟ୍ରେସ୍ କ୍ରିଟିକ୍ସ୍ର ଆୱାର୍ଡ଼ ମିଳିଛି। ସେହିପରି କ୍ରିଟିକ୍ସର ଶ୍ରେଷ୍ଠ ଚଳଚ୍ଚିତ୍ର ଆୱାର୍ଡ଼ ମଧ୍ୟ ‘ଅନ୍ଧାଧୁନ୍’ ଜିତିଛି। ବେଷ୍ଟ ଡେବ୍ୟୁ ଆକ୍ଟର ଇଶାନ୍ ଖଟ୍ଟର ଓ ବେଷ୍ଟ ଡେବ୍ୟୁ ଆକ୍ଟ୍ରେସ୍ ସାରା ଅଲ୍ଲୀ ଖାନ୍ଙ୍କୁ ମିଳିଛି।
It’s official!
No one does red carpet better than @deepikapadukone and his look at the #VimalFilmfareAwards is proof. #VimalElaichi pic.twitter.com/7PZeqXxg1U— Filmfare (@filmfare) March 23, 2019
ସଞ୍ଜୟ ଲୀଲା ଭଂଶାଲୀଙ୍କୁ ଫିଲ୍ମ ‘ପଦ୍ମାବତ୍’ ପାଇଁ ଗୁଲଶନ କୁମାର୍ ଆୱାର୍ଡ଼ ଫର ବେଷ୍ଟ ମ୍ୟୁଜିକ୍ ଆଲବମ୍ର ଆୱର୍ଡ଼ ମିଳିଛି। ଶ୍ରେୟା ଘୋଷାଲଙ୍କୁ ଏହି ଫିଲ୍ମର ଗୀତ ‘ଘୁମର୍’ ପାଇଁ ବେଷ୍ଟ ସିଙ୍ଗର ଫିମେଲ୍ର ଆୱାର୍ଡ଼ ମିଳିଛି। ଏଥିସହ ଏହି ଗୀତ ପାଇଁ ବେଷ୍ଟ କୋରିଓଗ୍ରାଫିର ଆୱାର୍ଡ଼ ଜିତିଛନ୍ତି କୃତି ମହେଶ ମିଦ୍ୟା ଓ ଜ୍ୟୋତି ଡି ତୋମାର୍।
from Odisha Reporter https://ift.tt/2U5Grub
No comments:
Post a Comment