ସୁବ୍ରତଙ୍କୁ ଦଇବ ସାହା, ଜଗବନ୍ଧୁ ଆଶାରେ, ହେଲେ ଟିକେଟ ପାଇ ବି ଚିନ୍ତାରେ ପ୍ରଶାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ସୁବ୍ରତଙ୍କୁ ଦଇବ ସାହା, ଜଗବନ୍ଧୁ ଆଶାରେ, ହେଲେ ଟିକେଟ ପାଇ ବି ଚିନ୍ତାରେ ପ୍ରଶାନ୍ତ

ରାଉରକେଲା(ପୱନ ତିୱାରୀ): ସୁନ୍ଦରଗଡ଼ ଜିଲାର ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଲେଣି ୩ ପ୍ରମୁଖ ଦଳ। ହେଲେ କ’ଣ ହେବ ଭାଗଫଳ, କିଏ ହାତେଇବ ଗାଦି ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା।

ବିଜେଡି: ଏହି ଆସନରୁ ବିଧାୟକ ଅଛନ୍ତି ସୁବ୍ରତ ତରାଇ। ୨୦୦୯ ଓ ୨୦୧୪ ମସିହରେ ଏଠାକାର ଜନତା ସୁବ୍ରତଙ୍କ ଉପରେ ଭରଷା ଥାପି ବିଧାନସଭା ପଠାଇଥିଲେ। ସେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ହେଲେ ବିଜେଡିର ବିଗୁଡୁଥିବା ଭାବମୂର୍ତ୍ତି ପାଇଁ ଏଥର ସୁବ୍ରତଙ୍କ ପାଇଁ ବିଜୟ କାଠିକାର ପାଠ ହେବ ବୋଲି କୁହାଯାଉଛି।

ବିଜେପି: ଏଥର ନିର୍ବାଚନରେ ବିଜେପି ଜଗବନ୍ଧୁ ବେହେରାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି। ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ଜଗବନ୍ଧୁ ଏଠି ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଚଳିତ ନିର୍ବାଚନରେ କିନ୍ତୁ ବିଜେପି ହାୱା ଏଠି ତାଙ୍କୁ କେତେ ଫାଇଦା ଦେଉଛି ତାହା ତ ସମୟ କହିବ। ଅପରପକ୍ଷେ ଚର୍ଚ୍ଚା ହୁଏ, ସୁବ୍ରତ ତରାଇ ଦୁଇ ଦୁଇ ଥର ବିଧାୟକ ହୋଇ ମଧ୍ୟ ଏଠାକାର ଜନତା ପାଇଁ କିଛି କାମ କରି ନାହାନ୍ତି। କିଛି ଗାଁର ଭୋଟର ମଧ୍ୟ ଚଳିତ ନିର୍ବାଚନରେ ଭୋଟ ବର୍ଜନ ଧମକ ଦେଇଛନ୍ତି। ଯାହା ସୁବ୍ରତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଅନ୍ୟପଟେ ଜଗବନ୍ଧୁ ଏ ସମସ୍ୟାର ସମାଧାନ କେମିତି କରୁଛନ୍ତି ତାହା ଦେଖିବାକୁ ରହିଲା।

କଂଗ୍ରେସ: ବିଜେଡି ଦଳ ସହିତ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରି ପ୍ରଶାନ୍ତ ସେଠୀ କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି। ଏଇ କିଛି ଦିନ ହେବ ସେ ଶଙ୍ଖ ଛାଡି ହାତ ଧରିଛନ୍ତି। ବିଜେଡି ଟିକେଟର ଆଶାୟୀମାନଙ୍କ ଭିତରେ ସେ ସବା ଆଗରେ ଥିଲେ ମଧ୍ୟ ଦଳ ପ୍ରଶାନ୍ତଙ୍କୁ ଟିକେଟ ଦେଲାନି। ଶେଷରେ ସେ ବାଧ୍ୟ ହୋଇ ବିଜେଡିକୁ ବାଏ ବାଏ କହିଲେ। ପ୍ରଶାନ୍ତ ସେଠୀ ଦୀର୍ଘ ଦିନ ହେବ ମାନବିକତା ନାମରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚଳାଉଛନ୍ତି। ଲୋକଙ୍କ ସୁଖଃ ଦୁଃଖରେ ସେ ଛିଡା ହୋଇଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। କିନ୍ତୁ ସେ ଅନ୍ୟ ଦଳରୁ ଆସି ଏଠି ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ତେଣୁକରି ଦଳରେ ଯେଉଁମାନେ ପୂର୍ବରୁ ଆଶାୟୀ ଥିଲେ ସେମାନେ ପ୍ରଶାନ୍ତଙ୍କୁ ସାହାର୍ଯ୍ୟ କରିବେ କି ନାହିଁ ତାହା ଏବେ ବିରାଟ ପ୍ରଶ୍ନବାଚୀ। ଏମିତି ପରିସ୍ଥିତିରେ ପ୍ରଶାନ୍ତ କଂଗ୍ରେସ ଦଳ ଓ ତାର କର୍ମୀମାନଙ୍କୁ ବୁଝାଇ ସୁଝାଇ ନିଜ ଆଡକୁ ଆଣି ପାରିବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। କିଛି ଘଣ୍ଟା ପୂର୍ବରୁ କଂଗ୍ରେସ ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା। କିନ୍ତୁ ଟିକେଟ ଘୋଷଣାର ୧୨ ଘଣ୍ଟା ପୁର୍ବରୁ ସେ ଦଳକୁ ଟିକେଟ ଫେରାଇ ଦେଇଛନ୍ତି। ଏ ଘଟଣାର ପଛଣ କାହାଣୀ କ’ଣ ତାହା ତ କଂଗ୍ରେସ ହାଇ କମାଣ୍ଡ ଓ ମୁକ୍ତିକାନ୍ତ ହିଁ ଜାଣିଥିବେ ବୋଲି କହିଲେ ଚଳେ। ଏମିତିରେ ରାଉରକେଲା ଓ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ଦୁରତା କିଛି ନାହିଁ କହିଲେ ଚଳେ। ଏଣୁ ଏ ଘଟଣା ପ୍ରଶାନ୍ତ ସେଠୀଙ୍କୁ କେତେ ସୁହାଇବ ତାହା ମଇ ମାସ ୨୩ ତାରିଖରେ ହିଁ ଜଣାପଡିବ।



from Odisha Reporter https://ift.tt/2HCzqLz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages