ଚିଟ୍‌ଫଣ୍ଡ କମ୍ପାନୀଙ୍କୁ ପବ୍ଲିକ୍ ନୋଟିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଚିଟ୍‌ଫଣ୍ଡ କମ୍ପାନୀଙ୍କୁ ପବ୍ଲିକ୍ ନୋଟିସ୍

mmdas

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା କମ୍ପାନୀମାନଙ୍କୁ ତଦନ୍ତ କମିଶନଙ୍କ ପବ୍ଲିକ୍‌ ନୋଟିସ୍‌। ତଦନ୍ତ କମିଶନଙ୍କ ନିକଟରେ ହାଜର ହେଉ ନ ଥିବା କମ୍ପାନୀମାନଙ୍କୁ ଏହି ନୋଟିସ୍ ଜାରି କରାଯାଇଛି।

ଯେଉଁ ଚିଟ୍‌ଫଣ୍ଡ ସଂସ୍ଥାର ଠିକଣା ଅଛି ଏବଂ ଏହାର ମାଲିକଙ୍କ ସମ୍ପର୍କରେ ସୂଚନା ଥାଇ ମଧ୍ୟ ସେମାନେ ହାଜର ହୋଇ ନାହାନ୍ତି, ସେମାନଙ୍କୁ ହାଜର ହେବା ଲାଗି ଗୋଟିଏ ନୋଟିସ୍ ଜାରି ହୋଇଛି।

ସେହିପରି ଅନ୍ୟ ଯେଉଁ କମ୍ପାନୀ କିମ୍ବା ଏହାର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକ ଓ ଅଧ୍ୟକ୍ଷଙ୍କ କୌଣସି ଠିକଣା କମିଶନଙ୍କ ନିକଟରେ ନାହିଁ, ସେଭଳି କମ୍ପାନୀଙ୍କ ପାଇଁ କମିଶନ ଆଉ ଏକ ନୋଟିସ୍‌ ଜାରି କରିଛନ୍ତି। ଏଭଳି ମୋଟ୍ ୫୭୬ଟି କମ୍ପାନୀକୁ କମିଶନରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ନୋଟିସ୍‌ ପଠାଯାଇଛି।

ସମ୍ପୃକ୍ତ କମ୍ପାନୀମାନଙ୍କୁ ଆସନ୍ତା ଏପ୍ରିଲ ୧୫ ତାରିଖରୁ ସେପ୍ଟେମ୍ବର ୨୪ ତାରିଖ ମଧ୍ୟରେ କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ୍‌ରେ କୁହାଯାଇଛି। ଏପରିକି ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଆଧାରରେ ମଧ୍ୟ କିଛି କମ୍ପାନୀକୁ ଏହି ନୋଟିସ୍‌ରେ ସାମିଲ କରାଯାଇଛି।

୧୦ ହଜାର କିମ୍ବା ଏହାଠାରୁ କମ୍ ଟଙ୍କା ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ସତ୍ୟପାଠ ଆଧାରରେ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ଏମ୍.ଏମ୍. ଦାସ କମିଶନ ସମ୍ପୃକ୍ତ କମ୍ପାନୀଙ୍କୁ ନୋଟିସ୍‌ ଜାରି କରିଛନ୍ତି।



from Odisha Reporter https://ift.tt/2NS0LKf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages