ଶରୀର ପାଇଁ କ୍ଷତିକାରକ ସୁଗାର ଫ୍ରି ଟାବ୍‌ଲେଟ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଶରୀର ପାଇଁ କ୍ଷତିକାରକ ସୁଗାର ଫ୍ରି ଟାବ୍‌ଲେଟ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଡାଇବେଟିସ୍‌ ବା ମଧୁମେହ ରୋଗରେ ଶିକାର ହୋଇଛନ୍ତି କି? ତାହାଲେ ଆପଣ ଚିନି ବଦଳରେ ସୁଗାର ଫ୍ରି ଟାବ୍‌ଲେଟ୍‌କୁ ଖାଦ୍ୟରେ ସାମିଲ୍‌ କରୁଥିବେ। ସୁଗାର ଫ୍ରି ଟାବ୍‌ଲେଟ୍‌ ଚିନିର ଅଭାବକୁ ଦୂର କରିଦିଏ। କିନ୍ତୁ ଅବଶ୍ୟକତାଠୁ ଅଧିକ ସୁଗାର ଫ୍ରି ଟାବ୍‌ଲେଟ୍‌ର ସେବନ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ।

 

୧- ସୁଗାର ଫ୍ରି ଟାବ୍‌ଲେଟ୍‌ ଡାଇବେଟିସ୍‌, ହାର୍ଟ ଜନିତ ରୋଗ, ରକ୍ତ ଚାପ ସମସ୍ୟା ଭଳି ରୋଗର ସମ୍ଭାବନାକୁ ବୃଦ୍ଧି କରିଥାଏ।

୨- ସୁଗାର ଫ୍ରି ଟାବ୍‌ଲେଟ୍‌ ଆପଣଙ୍କ ପାଚନ ଯନ୍ତ୍ର ଉପରେ ମଧ୍ୟ ପ୍ରଭାବ ପକାଇଥାଏ।  ତେଣୁ ଖାଦ୍ୟ ସହଜରେ ହଜମ୍‌ ହୋଇନଥାଏ। ସୁଗାର ଫ୍ରି ଟାବ୍‌ଲେଟ୍‌ ଆପଣଙ୍କୁ ମୋଟା ମଧ୍ୟ କରିପାରେ।

୩- ସୁଗାର ଫ୍ରି ଟାବ୍‌ଲେଟ୍‌ ଆପଣଙ୍କ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ।

୪- ଆପଣ ଯଦି ଏକା ସହ ମଧୁମେହ ଏବଂ ହାଇ ବ୍ଲଡ୍‌ ପ୍ରେସର୍‌ ରୋଗରେ ଶିକାର ହୋଇଛନ୍ତି, ତାହାଲେ ଆପଣ ସୁଗାର ଫ୍ରି ଟାବ୍‌ଲେଟ୍‌ର କମ୍‌ ସେବନ କରନ୍ତୁ। ଅଧିକ ସୁଗାର ଫ୍ରି ଚାବ୍‌ଲେଟ୍‌ ବ୍ୟବହାର କରିବା ଦ୍ୱାରା ରକ୍ତ ଚାପ ସ୍ତର ଅଧିକ ରହିପାରେ।

୫- ସୁଗାର୍‌ ଫ୍ରି ଟାବ୍‌ଲେଟ୍‌ କ୍ୟାନ୍‌ସର ରୋଗର ଆଶଙ୍କା ସୃଷ୍ଟି କରିପାରେ।

୬- ସୁଗାର ଫ୍ରି ଟାବ୍‌ଲେଟ୍‌ ଆପଣଙ୍କ ଶରୀର ଶକ୍ତି କମ୍‌ କରିପାରେ। ଯଦି ଆପଣ ଏହି ଟାବ୍‌ଲେଟ୍‌ର ଅଧିକ ବ୍ୟବହାର କରୁଛନ୍ତି ତାହାଲେ ଏହାକୁ କମ୍‌ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।

୭- କେବଳ ଏତିକି ନୁହେଁ ଏହି ଟାବ୍‌ଲେଟ୍‌କୁ ଅଧିକ ଖାଇବା ଦ୍ୱାରା ଆପଣଙ୍କର ହାର୍ଟ ଜନିତ ସମସ୍ୟା ଦେଖା ଦେଇପାରେ।

 



from Odisha Reporter https://ift.tt/2CySOoT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages