
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ବୋମାମାଡ଼ ହୋଇଛି। ଜଣେ ବ୍ୟକ୍ତିଙ୍କ ଘର ଆଗରେ ଥିବା କାର୍ ଉପରକୁ ଏହି ବୋମାମାଡ଼ କରାଯାଇଛି। ଏଥିରେ କାର୍ର କାଚ ଭାଙ୍ଗିଯାଇଛି।
ଗତକାଲି ବିଳମ୍ବିତ ରାତିରେ ମଧୁସୂଦନ ଚାଟାର୍ଜିଙ୍କ ଘର ସାମ୍ନାରେ ଥିବା କାର ଉପରେ ବୋମାମାଡ଼ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ଆସି କାର୍ ଉପରକୁ ବୋମା ପକାଇ ଦୌଡ଼ି ପଳାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
ମଧୁସୂଦନ କହିଛନ୍ତି ଯେ ତାଙ୍କର କାହା ସହିତ ଶତ୍ରୁତା ନାହିଁ।
from Odisha Reporter https://ift.tt/2Jam2Qm
No comments:
Post a Comment