
ଧର୍ମଗଡ଼(ଇଙ୍ଗିତ ପଣ୍ଡା):କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମିର୍ଜାପୁର ଗାଁ ନିକଟରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ପରିଚୟ ମିଳି ପାରିନାହିଁ। ତେବେ ଯୁବତୀଙ୍କ ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଆଜି ସକାଳେ ରାସ୍ତାକଡ଼ରେ ଯୁବତୀ ଜଣଙ୍କ ବେକରେ ରଶି ଦେଇ ଗଛରେ ଝୁଲି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ସେମାନେ କୋକସରା ପୁଲିସ୍କୁ ଖବର ଦେଇଥିଲେ। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2VS5lLa
No comments:
Post a Comment