
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନିର୍ବାଚନରେ ଲଢ଼ିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ଆଗ୍ରହୀ ଥିବା ଗତକାଲି ତାଙ୍କ ମନ୍ତବ୍ୟରୁ ଜଣାପଡ଼ୁଥିଲା। ସିଧାସଳଖ କିଛି କହି ନଥିଲେ ବି ପରୋକ୍ଷରେ ସେ ଏନେଇ ସୂଚନା ଦେଇଥିଲେ। ତେବେ ଆଜି ଏ ସଂପର୍କରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ପୃଥ୍ୱୀବଲ୍ଲଭଙ୍କର ଆଗ୍ରହ ନାହିଁ।
ପିସିସି ସଭାପତି କହିଛନ୍ତି,“ପୃଥ୍ୱୀବଲ୍ଲଭ ମୋତେ ବ୍ୟକ୍ତିଗତ ଭାବେ କହିଛନ୍ତି ଯେ ତାଙ୍କର ଆଗ୍ରହ ନାହିଁ। ଯଦି ସେ ଚାହିଁବେ, ତା’ହେଲେ ବିଚାର କରାଯିବ।”
ପୃଥ୍ୱୀବଲ୍ଲଭ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି।
ଗତକାଲି ପୃଥ୍ୱୀବଲ୍ଲଭ କହିଥିଲେ, ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ସ୍ଥାନୀୟ କଂଗ୍ରେସ କର୍ମୀ ମୋତେ ଭଲ ପାଉଛନ୍ତି ଓ ଚାହୁଁଛନ୍ତି ମଧ୍ୟ। ତେବେ ପ୍ରାର୍ଥିତ୍ୱ ନେଇ କିଛି ଫାଇନାଲ୍ ହୋଇନି । କଂଗ୍ରେସକୁ ଏକାଠି କରି ସୁଦୃଢ଼ କରିବାକୁ ମୁଁ ଚାହୁଁଛି।
from Odisha Reporter https://ift.tt/2HwI8dl
No comments:
Post a Comment