ନିର୍ବାଚନ ଲଢ଼ିବେନି ସୁବାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ନିର୍ବାଚନ ଲଢ଼ିବେନି ସୁବାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ଏଥିସହ ସେ ନିର୍ବାଚନ ଲଢିବେନି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

ସୁବାସ ଚୌହାନ ଗତଥର ବିଜେପି ଟିକେଟ୍‌ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନସମର୍ଥନ ପାଇଥିଲେ। କିନ୍ତୁ ଦଳ ଏଥର ଟିକେଟ୍ କାଟିଦେବା ପରେ ଏହାକୁ ନେଇ ଜନସାଧାରଣଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସେ ସୋଶାଲ୍‌ ମିଡିଆରେ ଲେଖିଛନ୍ତି। ତେବେ ସଂଗଠନରେ ଅଛି, ରହିବି ଏବଂ ଲୋକଙ୍କ ସେବା କରିବି ବୋଲି ସେ ଉଲ୍ଲେଖ କରିଛନ୍ତି।

ବିଜେପୁରରୁ ସୁବାସ ଚୌହାନଙ୍କୁ ଲଢିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଲଢିବେ ନାହିଁ ବୋଲି କହିଛନ୍ତି। ଏଥିସହ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ୁଥିବା କାରଣରୁ ସେଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।



from Odisha Reporter https://ift.tt/2FxZKo0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages