ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ: ଗଡକରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ: ଗଡକରୀ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ପରୋକ୍ଷରେ ନିଜ ଦଳ ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ସଭାପତି ନୀତିନ ଗଡକରୀ ଥଣ୍ଡା ପଡ଼ିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ନାହିଁ, କି ସଂଘର ସେଭଳି କୌଣସି ଯୋଜନା ନାହିଁ।

ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ସମାବେଶରେ ଶ୍ରୀ ଗଡ଼କରୀ ନିଜ ଦଳର ନେତୃତ୍ୱକୁ ସମାଲୋଚନା କରିଥିଲେ। ସେ କହିଥିଲେ, ସ୍ୱପ୍ନ ଦେଖାଉଥିବା ନେତାଙ୍କୁ ଲୋକ ଭଲ ପାଇଥାନ୍ତି, କିନ୍ତୁ ଦେଖାଇଥିବା ସ୍ୱପ୍ନ ଯଦି ପୂରଣ ନ ହୁଏ ତେବେ ସେହି ଲୋକ ନେତାଙ୍କୁ ପିଟନ୍ତି। ତେଣୁ ସେହି ସ୍ୱପ୍ନ ଦେଖାଅ ଯାହାକୁ ପୂରା କରିପାରିବ। କିନ୍ତୁ ମୁଁ ସେହି ସ୍ୱପ୍ନ ଦେଖାଇବା ବ୍ୟକ୍ତି ନୁହେଁ ବୋଲି ସେ କହିଥିଲେ। ଏଭଳି କଥା ସେ ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷରେ ଇଙ୍ଗିତ କରି କହିଥିଲେ ବୋଲି ଚର୍ଚ୍ଚା ହୋଇଥିଲା ।

ଯଦି ଚଳିତ ସାଧାରଣ ନିର୍ବାଚନରେ ବିଜେପି ଯଦି ମ୍ୟାଜିକ ନମ୍ବର ନ ଛୁଏଁ, ତାହେଲେ ଗଡ଼କରୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଆଜି ସ୍ପଷ୍ଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଦୌଡ଼ରେ ସେ ନାହାନ୍ତି। ତେବେ ତାଙ୍କ ବକ୍ତବ୍ୟରେ ସେ ଏକ ପେଞ୍ଚ ମାରିଛନ୍ତି। ସେ କହିଛନ୍ତି ରାଜନୀତିରେ କିଏ କେତେବେଳେ ଉପରକୁ ଯିବ ଓ ତଳକୁ ଖସିବ, କେହି କହିପାରିବେ ନାହିଁ। ବିଭିନ୍ନ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ ନୀତିନ ଗଡକରୀ ହେଉଛନ୍ତି ବିରୋଧୀଙ୍କ ପସନ୍ଦର ବିଜେପି ନେତା।

ଚଳିତ ସରକାରରେ ଶ୍ରୀ ଗଡକରୀ କେନ୍ଦ୍ର ପରିବହନ ତଥା ରାଜପଥ ମନ୍ତ୍ରୀ ଅଛନ୍ତି। ଦାୟିତ୍ଵ ନିର୍ବାହ କରିବାରେ ସେ ମୋଦି ସରକାରଙ୍କ ସବୁଠୁ ସଫଳ ମନ୍ତ୍ରୀ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୁଏ। ସେ କହିଛନ୍ତି ନିକଟରେ କୁମ୍ଭ ମେଳାରେ ବୁଡ଼ ପକାଇବା ପାଇଁ ସେ ଯାଇଥିଲେ। ବାରଣାସୀ ଘାଟ ଦୀର୍ଘ ୫୦ ବର୍ଷ ମଧ୍ୟରେ କେବେ ବି ଏତେ ପରିଷ୍କାର ନଥିଲା ବୋଲି ଲୋକେ ତାଙ୍କୁ କହିଥିଲେ। ବାରଣାସୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର।



from Odisha Reporter https://ift.tt/2TxSv7t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages