ବିଷମକଟକ କଂଗ୍ରେସ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ବିଷମକଟକ କଂଗ୍ରେସ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକ୍କା

ବିଷମକଟକ(ମନୋଜ ପାତ୍ର):  ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନମଣ୍ଡଳୀରେ ଶିବଶଙ୍କରଙ୍କ ପରି ଆଉ ଜଣେ ନେତା ମଧ୍ୟ ପ୍ରଥମଥର ଲାଗି ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେ ହେଉଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକ୍କା। ଜଣେ ଯୁବନେତା ଭାବେ ବିଷମକଟକ ଅଞ୍ଚଳରେ ନିଳମାଧବଙ୍କ ବେଶ‍‌ ଖ୍ୟାତି ରହିଛି। ନିଳମାଧବଙ୍କ ପିତା ବିଷମକଟକ ବ୍ଲକ୍ ଥୁଆପାଡି ପଞ୍ଚାୟତର ସରପଞ୍ଚ ଥିବାରୁ ସେ ମଧ୍ୟ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ।

୨୦୧୨ରେ ସେ ରାଜନୀତିରେ ପାଦ ଦେଇଥିଲେ। ଥୁଆପାଡି ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହେବାପରେ ଧର୍ମଗୁଳାରେ ବ୍ଲକ୍‌ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ ନୀଳମାଧବ। ୨୦୧୭ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ବ୍ଲକରେ ଅନେକ ଜନହୀତକର କାର୍ଯ୍ୟ ହୋଇଥିବା ସେ କୁହନ୍ତି। ମାତ୍ର ମାଟ୍ରିକ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ରଖିଥିବା ଏହି ବ୍ୟକ୍ତି ଜଣକ ନିଜ ନିର୍ବାଚନ ମଣ୍ଡଳୀରେ କିନ୍ତୁ ବଡ଼ ସକ୍ରିୟ।

୨୦୧୭ ପରେ ସେ କଂଗ୍ରେସ ଦଳର ସଂଗଠନ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ଦୀର୍ଘ ଦିନ ଧରି ସଙ୍ଗଠନକୁ ମଜବୁତ୍‌ କରିଥିବା ଏହି ବ୍ୟକ୍ତିଙ୍କ ଉପରେ ଶେଷରେ ଆସ୍ଥା ଥାପିଛନ୍ତି ରାଜ୍ୟ ନେତୃତ୍ୱ ଆଉ ଦେଇଛନ୍ତି ଗୁରୁ ଦାୟିତ୍ୱ। ଚଳିତ ବର୍ଷ କଂଗ୍ରେସ‍ ଟିକଟ ପାଇ ସେ ନିର୍ବାଚନ ଲଢୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଓ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି ନୀଳମାଧବ।



from Odisha Reporter https://ift.tt/2YD4DUq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages