ଏନ୍‌କାଉଣ୍ଟରରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଏନ୍‌କାଉଣ୍ଟରରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

muddasir

ଶ୍ରୀନଗର: ଏନ୍‌କାଉଣ୍ଟରରେ ନିହତ ହୋଇଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍‌। ତା’ ସହିତ ଜୈଶ୍‌-ଇ-ମହମ୍ମଦର ଆଉ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।

ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ଗତକାଲି ମଧ୍ୟରାତ୍ରରେ ହୋଇଥିବା ଏନ୍‌କାଉଣ୍ଟରରେ ମୁଦାସୀର ନିହତ ହୋଇଥିବା କୁହାଯାଉଛି।

ତ୍ରାଲର ପିଙ୍ଗଲିଶ୍‌ ଅଞ୍ଚଳରେ ମୁଦାସୀର ଓ ଆଉ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏହା ପରେ ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

କମ୍‌ ଜଣାଶୁଣା ଜୈଶ୍ ଆତଙ୍କବାଦୀ ମୁଦାସୀର ଅହମଦ୍ ଖାନ୍‌ ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ ଥିଲା ବୋଲି ଗତକାଲି ସୁରକ୍ଷାକର୍ମୀଙ୍କ ନିକଟରୁ ସୂଚନା ମିଳିଥିଲା। ୨୩ ବର୍ଷୀୟ ମୁଦାସୀର ଜଣେ ଇଲେକ୍ଟ୍ରିସିଆନ୍‌। ସେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଲେକ୍ଟ୍ରିକାଲ୍‌ରେ ଆଇଟିଆଇ କରିଥିଲା। ପୁଲୱାମାରେ ଆକ୍ରମଣ ପାଇଁ ସେ ଗାଡ଼ି ଓ ବିସ୍ଫୋରକ ବ୍ୟବସ୍ଥା କରିଥିବା ସମସ୍ତ ପ୍ରମାଣ ତଦନ୍ତକାରୀ ସଂସ୍ଥାକୁ ମିଳିଛି।

ସେ ୨୦୧୭ରେ ଜୈଶ୍‌ରେ ମିଶିଥିଲା। ନୂର ମହମ୍ମଦ ତାନ୍ତ୍ରୀ ନାମକ ଜଣେ ଆତଙ୍କବାଦୀ ତାକୁ ଜୈଶ୍‌ରେ ମିଶାଇଥିଲା। ତେବେ ୨୦୧୭ ଡିସେମ୍ବର ମାସରେ ନୂର ନିହତ ହେବା ପରେ ମୁଦାସୀର ୨୦୧୮ ଜାନୁଆରୀ ୧୪ତାରିଖରୁ ତା’ ଘରୁ କେଉଁଆଡ଼େ ଚାଲିଯାଇଥିଲା। ତା’ପରଠୁ ସେ ଘରକୁ ଫେରି ନ ଥିଲା।

ପୁଲୱାମାରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଅଦିଲ ଅହମଦ ଦାର ସହିତ ମୁଦାସୀର ବରାବର ଯୋଗାଯୋଗରେ ଥିବା ପ୍ରମାଣ ମିଳିଛି।

୨୦୧୮ ଫେବୃଆରୀରେ ସୁଞ୍ଜୱାନାରେ ଆର୍ମି କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ବି ମୁଦାସୀର ସଂପୃକ୍ତ ଥିବା କୁହାଯାଉଛି। ଏଥିରେ ୬ ଜଣ ଯବାନ ସହିଦ ହୋଇଥିଲେ।ପୁଲୱାମା ଘଟଣାର ତଦନ୍ତ କରୁଥିବା ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସୀ (ଏନ୍‌ଆଇଏ) ଗତ ଫେବୃଆରୀ ୨୭ ତାରିଖରେ ତ୍ରାଲ୍‌ ଅଞ୍ଚଳରେ ଥିବା ମୁଦାସୀରର ଘରେ ଚଢ଼ାଉ କରିଥିଲା।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ଆହତ ହୋଇଥିଲେ।



from Odisha Reporter https://ift.tt/2UsQYMY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages