ମହାମେଣ୍ଟରେ ମହାକଳି,କଣ୍ଟା ସାଜିଲା ଆସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ମହାମେଣ୍ଟରେ ମହାକଳି,କଣ୍ଟା ସାଜିଲା ଆସନ

ପାଟଣା: ତୃତୀୟ ପର୍ଯ୍ଯାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ବ ହୋଇଥିବାବେଳେ ବିହାରର ଦରଭଙ୍ଗା, ସୁପୋଲ ଏବଂ ଝାରଖଣ୍ଡର ଚତରା ଲୋକସଭା ଆସନ ପାଇଁ ନାମାଙ୍କନ ପୂର୍ବରୁ ମହାମେଣ୍ଟରେ ପୁଣି ଅସନ୍ତୋଷ ଦେଖାଦେଇଛି । ଆରଜେଡ଼ି ଓ କଂଗ୍ରେସ ଉଭୟ ଏହି ଆସନ ପାଇଁ ଦାବି କରୁଥିବାରୁ ମତଭେଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ସେପଟେ ବିଜେପିର ଅସନ୍ତୁଷ୍ଟ ନେତା ଶତ୍ରୁଘ୍ନ ସିହ୍ନା ଦରଭଙ୍ଗା ଆସନରୁ କଂଗ୍ରେସ ଟିକଟରୁ ଲଢ଼ିବାକୁ ଆଶା ରଖିଛନ୍ତି। ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟି ଏ ନେଇ ଆଲୋଚନା ହୋଇଛି। ହେଲେ ବିହାର ମହାମେଣ୍ଟର ପ୍ରମୁଖ ଦଳ ଆରଜେଡ଼ି ଦରଭଙ୍ଗା ଆସନ ପାଇଁ ଅଡ଼ି ବସିବାରୁ ଆରଜେଡି ଓ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ତେଣୁ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ଏପ୍ରିଲ ୬ରେ ନିଆଯିବ ବୋଲି ଜଣାପଡ଼ିଛି।

ଖାଲି ଏତିକି ନୁହେଁ, ଆରଜେଡିରେ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ଥିବା ଜଣାପଡ଼ିଛି। ଗୁରୁବାର କଂଗ୍ରେସର ସିଇସି ବୈଠକ ବସିଥିଲା। ଏଥିରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, କଂଗ୍ରେସ ନେତା ଅହମଦ ପଟେଲ ସହିତ ଅନେକ କଂଗ୍ରେସ ନେତା ବୈଠକ କରିଥିଲେ। ସେପଟେ ଆରଜେଡ଼ି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ୨ଟି ଆସନରେ ନିଜ ପସନ୍ଦର ପ୍ରାର୍ଥୀ ଦେବାକୁ ଚାହୁଁଥିଲେ, ହେଲେ ଏହା ସମ୍ଭବ ହୋଇ ନ ପାରିବାରୁ ଇସ୍ତଫା ଦେଇଛନ୍ତି। ତେଜସ୍ବୀ ଯାଦବ ଏ ନେଇ ମୁହଁ ଖୋଲୁନଥିବା ବେଳେ ଗୁରୁବାର ସମସ୍ତ ପ୍ରଚାର କାର୍ଯ୍ୟକ୍ରମ ବାତିଲ କରି ବିଭିନ୍ନ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରୁଥିବା ଜଣାପଡ଼ିଛି।

ଦରଭଙ୍ଗାରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ସାଂସଦ କୀର୍ତ୍ତି ଆଜାଦଙ୍କୁ କଂଗ୍ରେସ ଟିକେଟ ଦେବା ପାଇଁ ଚାହୁଁଛି, ହେଲେ ଆରଜେଡି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ଏହି ଆସନରେ ପ୍ରାର୍ଥୀ କରିବାକୁ ଚେଷ୍ଟା କରୁଥିବାରୁ ମତଭେଦ ସୃଷ୍ଟି ହୋଇଛି।

ସେହିପରି ମଧେପୁରା ଆସନରେ ମହାମେଣ୍ଟର ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା ହୋଇଥିବାବେଳେ ଆରଜେଡିରୁ ଟିକଟ ନମିଳିବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ପପୁ ଯାଦବ ନାମାଙ୍କନ ଭରିଛନ୍ତି। ସେହିପରି ସୁପୋଲ ଆସନରେ ପପୁ ଯାଦବଙ୍କ ପତ୍ନୀ ଓ କଂଗ୍ରେସ ସାଂସଦ ରଞ୍ଜିତା ରଞ୍ଜନଙ୍କୁ ପ୍ରାର୍ଥୀ ନହେବା ପାଇଁ ଆରଜେଡି ଚେତାବନୀ ଦେବା ପରେ ଏବେ ମେଣ୍ଟରେ ଥିବା ଅସନ୍ତୋଷ ପଦାରେ ପଡ଼ିଛି।

ଝାରଖଣ୍ଡର ପଲାମୁ ଆସନରେ ଆରଜେଡ଼ି ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଥିଲା କିନ୍ତୁ ଏବେ ଚତରା ଆସନରେ ପ୍ରାର୍ଥୀ ଦେବାକୁ ଚେଷ୍ଟା କରୁଥିବାରୁ ଝାରଖଣ୍ଡ ଆରଜେଡି ବିଦ୍ରୋହ କରିବ ବୋଲି ମଧ୍ଯ ଚେତାବନୀ ଦେଇଛି।



from Odisha Reporter https://ift.tt/2V3ktW2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages